Site icon Awaj Media

ଗ୍ରାମାଞ୍ଚଳ ପ୍ରସିଦ୍ଧ ଡମପଡା ଦୁର୍ଗାପୂଜାରେ ପ୍ରବଳ ଜନଗହଳି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍ଲକର ଗ୍ରାମାଞ୍ଚଳ ଭିତିରେ ବହୁ ପୁରାତନ ଓ ପ୍ରସିଦ୍ଧ ତାଳବସ୍ତ ଓ ଡମପଡା ଗ୍ରାମରେ ସାର୍ବଜନୀନ ମା ଦୁର୍ଗାଙ୍କ ପୂଜା ରୀତିନୀତି ଅନୁଯାୟୀ ମହା ସମାରୋହରେ ପାଳିତ ହେଉଅଛି | ତାଳବସ୍ତରେ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ସହିତ ତିରିଶରୁ ଅଧିକ ଅନ୍ୟ ଦେବା ଦେବୀଙ୍କ ମେଢ଼ ହୋଇଥିବା ବେଳେ ଡମପଡାରେ ମଧ୍ୟ ଅନୁରୂପ ଭାବେ ବହୁତ ଗୁଡିଏ ମେଢ଼ରେ ପ୍ରଭୁ ପୂଜା ପାଉଛନ୍ତି | ଡମପଡାରେ ନବମୀ ଦଶମୀ ତିଥିରେ ସନ୍ଧ୍ୟା ହେଉଣୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥିଲା | ଆକାର୍ଶଣୀୟ ରଙ୍ଗବେରଙ୍ଗ ଆଲୋକମାଳା ଏବଂ ଏଲ.ଇ.ଡି.ଗେଟରେ ଚମୁକୁଛି ସମସ୍ତ ଠାକୁରଙ୍କ ଆସ୍ଥାନ | ଝିଅ ବୋହୁଙ୍କର ମେଳା ଭିତରେ ସପରିବାର ସହ ସେଲ୍ଫି ଉଠେଇବା ଥିଲା ଚଳିତ ବର୍ଷର ଅନ୍ୟ ଏକ ଆକର୍ଷଣ | ବାଙ୍କୀ ନିର୍ବାଚନ ମଣ୍ଡଳୀର ତିନି ଦଳର ହେଭିୱେଟ ନେତାମାନେ ବିଭିନ୍ନ ପୂଜାମଣ୍ଡପ ବୁଲି କମିଟି ସଦସ୍ୟଙ୍କୁ ଦୁଇଖଣ୍ଡ ଗାନ୍ଧୀ ନୋଟ ଦେଇ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ଭୁଲୁ ନାହାନ୍ତି | ହୋଟେଲ, ଢ଼ାବା ଓ ମଦ ଦୋକାନ ପୂଜା ସମୟରେ ବନ୍ଦ ରହିଥିଲେ ମଦୁଆଙ୍କ ଉପଦ୍ରଵ ଟିକେ କମିଥାନ୍ତା ବୋଲି ବୁଦ୍ଧିଜୀବୀଙ୍କ ମତ ରହିଥିଲା | ଉଭୟ ଗ୍ରାମର ଦଶହରା ପୂଜା ମଣ୍ଡପ ଓ ଭକ୍ତଙ୍କ ସୁରକ୍ଷାରେ ତାଳବସ୍ତ ଫାଣ୍ଡି କର୍ମଚାରୀ ନିୟୋଜିତ ରହିଛନ୍ତି |

Exit mobile version