Site icon Awaj Media

କାଶିବାହାଲରେ ଅବଧାନଙ୍କ ପାଠଶାଳାର ପଥର ଖୋଦେଇ ପ୍ରଶିକ୍ଷଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଦେଶର ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ତଥା ବ୍ୟକ୍ତି ବିଶେଷ ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ନିମନ୍ତେ ଅନେକ ପ୍ରକାରର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଆନ୍ତର୍ଜାତିକ ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ “ଅବଧାନଙ୍କ ପାଠଶାଳା” ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ଏହାର ଆଉ ଗୋଟିଏ ଶାଖା କଳାହାଣ୍ଡି ଜିଲ୍ଲାର କାଶୀବାହାଲ ଠାରେ ଖୋଲା ଯାଇଅଛି । ଉକ୍ତ ପାଠଶାଳାରେ ବିଭିନ୍ନ ପଥର ଖୋଦେଇ ମୂର୍ତ୍ତି, ଚିତ୍ର ଆଦି ଗଠନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବା ପାଇଁ ସ୍ଥିର କରାଯାଇଛି । ଏହି ଶିକ୍ଷା ଦାନ ତିନିଟି ଭାଗରେ ଯଥା ସର୍ବ ସାଧାରଣ (ଗ୍ରେଡ୍ ଏ), ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଗ୍ରେଡ ବି ଏବଂ ବିଦ୍ୟାଳୟ ଛାତ୍ର ଛାତ୍ରୀ ଗ୍ରେଡ ସି ପାଞ୍ଚ ବର୍ଷ ଯଥା ପ୍ରିପାରେଟରୀ, ଜୁନିୟର ସାର୍ଟିଫିକେଟ ୧ ଓ ୨, ସିନିୟର୍ ସାର୍ଟିଫିକେଟ ୧ ଓ ୨ ଆଦି ପ୍ରଦାନ କରାଯିବ।ଫାଉଣ୍ଡେସନର ଆନ୍ତର୍ଜାତିକ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ସଂଯୋଜକ ତଥା ପଥର ଶିଳ୍ପୀ ଅବଧାନ କମଳ ଚଣ୍ଡୀଙ୍କ ନେତୃତ୍ବରେ ବହୁ ଶିଳ୍ପୀ ଏହି ପାଞ୍ଚ ବର୍ଷୀୟା କାର୍ଯ୍ୟକ୍ରମରେ ପ୍ରବେଶ କରିଥିବାର ଦେଖିବାକୁ ମିଳିଛି ।

Exit mobile version