Site icon Awaj Media

୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଗାଡ଼ି ଚାଳକ ମୃତ !!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନସ୍ଥ ଜାତୀୟ ରାଜପଥ କଉଡ଼ିଖଣି ଛକ ନିକଟରେ ଘଟି ଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ କଉଡ଼ିଖଣି ଛକ ନିକଟରେ ଏକ ସ୍କୁଟି ଯୋଗେ ଯାଉଥିବା ପୁରୀ ଅଞ୍ଚଳର ଗୋପାଳ ଦାସ ଏବଂ ରାଜୁ ରେଡ୍ଡୀ ନାମକ ଦୁଇ ଜଣ ଯୁବକ ଙ୍କୁ , ଏକ ଅଜଣା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ! ଯାହା ଫଳରେ ଘଟଣାସ୍ଥଳରେ ଗୋପାଳଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ରାଜୁଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲ ପଠାଯାଇଛି । ଘଟଣା ସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version