Site icon Awaj Media

ପଠାଣି ସାମନ୍ତ ଙ୍କ ଜୟନ୍ତୀ ସମ୍ପର୍କିତ ବ୍ୟତିକ୍ରମ ସମ୍ପର୍କରେ ସୂଚନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଶ୍ୱବିଶୃତ ନଭବିଜ୍ଞାନୀ ସାମନ୍ତ ଚନ୍ଦ୍ର ଶେଖର ଙ୍କ ଜୟନ୍ତୀ ସମ୍ପର୍କିତ ବ୍ୟତିକ୍ରମ କୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତଥା ଓଡିଶା ସାହିତ୍ୟ ଏକାଡେମୀ କୁ ଅବଗତି କରିବା ନିମନ୍ତେ ଜିଲ୍ଲାପାଳ, ନୟାଗଡ଼ ଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଙ୍କ ଉଦେଶ୍ୟ ରେ ପ୍ରଦାନ କରାଗଲା । ବ୍ୟକ୍ତିଗତ ଭାବରେ “ସାମନ୍ତ ଚନ୍ଦ୍ର ଶେଖର ସାଂସ୍କୃତିକ ଅନୁଷ୍ଠାନ “ ନୟାଗଡ଼ ର ସଭାପତି ପ୍ରମୋଦ କୁମାର ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ଓ ଗବେଷକ ଡକ୍ଟର ବିଜୟକୁମାର ଚୌଧୁରୀ, ମାନ୍ୟବର ବିଧାୟକ, ନୟାଗଡ଼ ଡ଼ଃ ଅରୁଣ କୁମାର ସାହୁ ଙ୍କୁ ସାକ୍ଷାତ କରି ତାଙ୍କ ସହିତ ବିଚାର ଆଲୋଚନା କରିଥିଲେ । ମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଏ ସମ୍ପର୍କ ରେ ବିହିତ ପଦକ୍ଷେପ ଗ୍ରହଣ କରିବା ସକାଶେ ତତ୍ପରତା ପ୍ରକାଶ କରିଥିଲେ ।

 

Exit mobile version