Site icon Awaj Media

“ମେl ମାଟି, ମେl ଦେଶ” କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ଅଭିମୁଖେ ରାୟଗଡା ଜିଲ୍ଲାର ପବିତ୍ର ମାଟି କଳସ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଦେଶ ପାଇଁ ବଳିଦାନ ଦେଇଥିବା ଅମର ବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନ କ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ମାଟିକୁ ନମନ୍‌, ବୀରଙ୍କୁ ବନ୍ଦନ” । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଅଛି ।ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀର ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହେଇଥିଲା । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ପ୍ରଶାସନ, ନେହେରୁ ଯୁବକେନ୍ଦ୍ର ଓ ଡାକବିଭାଗ ତରଫରୁ ଜିଲ୍ଲାର ବ୍ଲକରୁ, ପଂଚାୟତରୁ କଳସରେ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା । ସଂଗୃହୀତ ମାଟି କଳସକୁ ପରେ ଭୁବନେଶ୍ୱରକୁ ନିଆଯାଇଛି । ଜିଲ୍ଲାପାଳ ସ୍ଵଧା ଦେବଙ୍କ ନିର୍ଦେଶ କ୍ରମେ ଏହି ସବୁ କଳସକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଓ ନେହେରୁ ଯୁବକେନ୍ଦ୍ରର ଏମିଟିଏସ ଲକ୍ଷ୍ମୀ ନାରାୟଣ ସେଠୀଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସସ୍ମିତା ବାଉରୀ ହସ୍ତାନ୍ତର କରିଥିଲେ l ଭୁବନେଶ୍ୱର ଲୋକସେବା ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ l ଆସନ୍ତା ୨୮ ତାରିଖରେ ରାଜ୍ୟରୁ ସବୁ ଜିଲାରୁ ଏକତ୍ରିତ ହୋଇ ଏକ ସ୍ୱତନ୍ତ୍ର ରେଳ ଯୋଗେ ଦିଲ୍ଲୀ ଅଭିମୁଖେ ବାହାରିବେ l ଦେଶର ପ୍ରାୟ ୭୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାର ସ୍ଥାପନା ଆସନ୍ତା ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ କରାଯିବ । ଏହି ଅମୃତ ବାଟିକା ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭବ୍ୟ ପ୍ରତୀକ ହେବ ।

Exit mobile version