Site icon Awaj Media

ବାଙ୍କୀ ମହୋତ୍ସବ ମଞ୍ଚ ପାଖରେ ସ୍ଥାପନ ହେଲା ମା ଚର୍ଚ୍ଚିକା ଠାକୁରାଣୀଙ୍କ ଆଜ୍ଞା ମାଳ ଓ ଜ୍ୟୋତି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଆଜି ପବିତ୍ର କୁମାରୋତ୍ସବ ! ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବାଙ୍କୀ ର ଗଣପର୍ବ ବାଙ୍କୀ ମହୋତ୍ସବ ୨୦୨୩ ! ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ସକାଳୁ ମା ଚର୍ଚ୍ଚିକା ଠାକୁରାଣୀଙ୍କ ଆଜ୍ଞା ମାଳ ସହିତ ଜ୍ୟୋତି ଆସି ମହୋତ୍ସବ ମଞ୍ଚ ନିକଟରେ ସ୍ଥାପନ କରାଯାଇଛି ! ଏହି କାର୍ଯ୍ୟକ୍ରମ ରେ ବାଙ୍କୀ ବିଧାୟକ ତଥା ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ପଦ ଯାତ୍ରା କରି ଯାଇଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଗଣେଶ୍ୱର ସ୍ୱାଇଁ , ବାଙ୍କୀ ଏନ୍ ଏ ସି ଅଧ୍ୟକ୍ଷା ମାଣିକ ସାହୁ, ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା, ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ମହୋତ୍ସବ କମିଟି ଉପସଭାପତି ସୌମେନ୍ଦ୍ର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସନ୍ଧ୍ୟା ସମୟରେ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହେବ ବାଙ୍କୀ ମହୋତ୍ସବ !

Exit mobile version