Site icon Awaj Media

ଗଜପତିରେ ବିଜେଡିକୁ ୧ ନଂ ଦଳ ଭାବେ ଗଢି ତୋଳିବା ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଶଶୀଭୂଷଣ ମହାନ୍ତିଙ୍କ ଆହ୍ୱାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ବିଜୁ ଜନତା ଦଳ କାର୍ଯାଳୟରେ ଗଜପତି ଜିଲ୍ଲା ପାଇଁ ନବ ନିଯୁକ୍ତ ପର୍ଯ୍ୟବେକ୍ଷକ ଶଶୀଭୂଷଣ ମହାନ୍ତିଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି. ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ଅଧକ୍ଷତାରେ ଆୟୋଜିତ ଏହି କାଯ୍ୟକ୍ରମରେ ଜିଲ୍ଲାର ସମସ୍ତ ନେତା, ଜନ ପ୍ରତିନିଧି ଓ କର୍ମୀ ଯୋଗ ଦେଇଥିଲେ. ଆଜିର ଏହି ସମାବେଶରେ ସମ୍ବର୍ଦ୍ଧନା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନବ ନିଯୁକ୍ତି ପାଇଥିବା ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଶଶୀ ଭୂଷଣ ମହାନ୍ତି ପ୍ରତି ଉତ୍ତରରେ କହିଥିଲେ, ସାରା ଭାରତର ଏକ ନଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ, ଉନ୍ନୟନ ମୂଳକ ଏବଂ ଲୋକହିତକର ଯୋଜନା ହେତୁ ସମଗ୍ର ଭାରତ ବର୍ଷରେ ବିଜେଡିର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ସାରା ଭାରତରେ ୧ ନଂ ସ୍ଥାନ ହାସଲ କରିପାରିଛନ୍ତି. ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସମସ୍ତ କାର୍ଯ୍ୟକ୍ରମକୁ ନେଇ ଗଜପତି ଜିଲ୍ଲାର ଜନ ସାଧାରଣଙ୍କ ଠାରେ ପହଞ୍ଚାଇବା ସହ ସମୂହ ଲୋକଙ୍କ ସମସ୍ତ ସମସ୍ୟା ଓ ସେବା କରି ଗଜପତି ଜିଲ୍ଲାର ସମସ୍ତ ବିଜେଡି ନେତା ଓ କର୍ମୀ ବିଜେଡି ଦଳକୁ ଗଜପତି ଜିଲ୍ଲାରେ ୧ ନଂ ଦଳ ଭାବେ ଗଢିବା ସହ ଆଗାମୀ ନିର୍ବାଚନରେ ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନରେ ବିଜେଡି ଦଳକୁ ବିପୁଳ ଭୋଟ ରେ ବିଜୟ କରିବା ପାଇଁ କାଯ୍ୟ କରନ୍ତୁ ବୋଲି ଆୱାନ ଦେଇଥିଲେ. ଏହି କାଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଡ଼. ତିରୁପତି ପାଣିଗ୍ରାହୀ, ଇଂଜିନିୟର ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜ, ପାରଳା ପୌର ପରିଷଦର ଅଧକ୍ଷା ନିର୍ମଳା ସେଠିଙ୍କ ସମେତ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି,ନେତା ଓ କର୍ମୀ ଯୋଗ ଦେଇଥିଲେ !

Exit mobile version