Site icon Awaj Media

ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ । ରାତି ୩ ଟାରେ ନିଆଁ ଲାଗିଥିବା ଅନୁମାନ । ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ । ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ମାଲିକଙ୍କ ସୂଚନା । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ । ସବୁଦିନ ପରି ରାତି ୧୦ ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇ ପଡିଥିଲା । ନୟାଗଡ , ନୂଆଗାଁ , ଖଣ୍ଡପଡାରୁ ୪ ଟି ଦମକଳ ଗାଡି ଏବଂ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁଲିଭାରେ ନିୟୋଜିତ ହୋଇଥିଲେ । ସୋରୁମର ଆକାର ବଡ ହୋଇଥିବାରୁ ଏବଂ ଭିତରୁ ଧୁଆଁ ଯୋରରେ ବାହାରୁଥିବାରୁ ନିଆଁ କୁ ଆୟତ କରିବାକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏପରିକି ନିଆଁ ଲିଭାଇବା ପାଇଁ ଜେସିବି ଲଗାଇ ଦୋକାନଘର ଭାଙ୍ଗିବାକୁ ପଡିଥିଲା । ନିଆଁ କିପରି ଲାଗିଲା ସେ ସମ୍ପର୍କରେ ପରେ ଜଣାପଡିବ ବୋଲି ଫାୟାର ଅଫିସର୍ କହିଥିବା ବେଳେ ସିଲିଙ୍ଗରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି ବୋଲି ଦୋକାନ ମାଲିକ କହିଛନ୍ତି ।

Exit mobile version