Site icon Awaj Media

ରାଷ୍ଟ୍ରୀୟ ଏକତା ଦିବସ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୮ ତମ ଜୟନ୍ତୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଷ୍ଟ୍ରୀୟ ଏକତା ଦିବସ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ ୧୪୮ ତମ ଜୟନ୍ତୀ ପାଳିତ ହୋଇଯାଇଛି ! ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ’ର ସଭାଗୃହ ଠାରେ ମହାବିଦ୍ୟାଳୟ ପକ୍ଷରୁ ଭାରତର ଲୌହ ମାନବ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ ୧୪୮ତମ ଜୟନ୍ତୀ ତଥା “ଜାତୀୟ ଏକତା ଦିବସ” ପାଳନ ଅବସର’ରେ ଏକ ଜୟନ୍ତୀ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ଅଧ୍ୟକ୍ଷତା କରି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ କର୍ମମୟ ଜୀବନୀ , ସ୍ଵାଧୀନତା ସଂଗ୍ରାମ ତଥା ଗଡଜାତ ମିଶ୍ରଣ’ରେ ପଟେଲ’ଙ୍କ ଭୂମିକା ଉପରେ ଆଲୋକପାତ କରି ପଟେଲ’ଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବା ସହ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଉପସ୍ଥିତ ସମସ୍ତ’ଙ୍କୁ ଆହ୍ବାନ କରିଥିଲେ ।। ଶିକ୍ଷା ବିଭାଗ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ଯୋଗ ଦେଇ ଜାତୀୟ ଏକତା ଦିବସ ପାଳନ’ର ଆଭିମୁଖ୍ୟ ସମ୍ପର୍କ’ରେ ସମ୍ୟକ୍ ସୂଚନା ଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜଣେ ପ୍ରଖ୍ୟାତ ରାଜନେତା ଥିଲେ ବୋଲି କହି ତାଙ୍କ ଦେଶ ପ୍ରୀତି ମହାନତା’ର ବିଭିନ୍ନ ଦିଗ ଉପରେ ଗୁଣଗାନ କହିଥିଲେ । ସେହିଭଳି ରାଜନୈତିକ ବିଭାଗ ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦେଶକୁ ଏକତା’ର ସୂତ୍ରରେ ବାନ୍ଧି ରଖିବା କ୍ଷେତ୍ରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ ଭୂମିକା ସମ୍ପର୍କରେ କହିବା ସହ ଜାତି , ଧର୍ମ , ବର୍ଣ୍ଣ ଓ ଅଞ୍ଚଳ ନାମରେ ଆମେ ପରସ୍ପର ମଧ୍ୟରେ କଳହ ସୃଷ୍ଟି ନ କରିବା ଉପରେ କହିଥିଲେ । ଗୃହ ବିଜ୍ଞାନ ବିଭାଗ ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ’ଙ୍କ ଜୀବନ ଆଦର୍ଶର ବିଭିନ୍ନ ଦିଗ ସମ୍ପର୍କରେ କହି ନିଜର ଅଧିକାର ସାବ୍ୟସ୍ତ କରିବା ଠୁଁ ନିଜର କର୍ତ୍ତବ୍ୟ ସମ୍ପାଦନା କରିବା ତା ଠାରୁ ଅଧିକ ଗୁରୁତ୍ବ ବୋଲି କହି ଶେଷରେ ଉପସ୍ଥିତ ସମସ୍ତ କର୍ମଚାରୀ ଓ ଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ’କୁ ଅଧ୍ୟାପିକା ସି.ଏଚ୍.ନିର୍ମଳା ଙ୍କ ସମେତ ଶ୍ରୀ ଏଲ୍: ଦୁର୍ଯ୍ୟୋଧନ , ରଞ୍ଚିତା କୁମାରୀ ପଟ୍ଟନାୟକ , ଅଶୋକ, କେ: ଦୁର୍ଯ୍ୟୋଧନ ଏବଂ ଶ୍ରୀମତୀ ଲାଲି ଖଡ଼ଗରାୟ ପ୍ରମୁଖ ପରିଚାଳନା’ରେ ସହଯୋଗ କରିଥିଲେ।

Exit mobile version