କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରଘୁଦେଇପୁର ଠାରେ ଆମ ଗୋବରୀ ସେବା ସଂଗଠନ ପକ୍ଷରୁ ଦିନିକିଆ ଦାନ୍ତ ଚିକିତ୍ସା କେନ୍ଦ୍ର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଡ଼ଃ ପ୍ରତାପ ଚନ୍ଦ୍ର ପରିଡା ଯୋଗଦେଇ ରୋଗୀ ଚିକିତ୍ସା କରିଥିବା ବେଳେ ଦେବାଶିଷ ଆଚାର୍ଯ୍ୟ, ସମାଜସେବୀ ମନୀଷା ପଣ୍ଡା, ଅଜୟ ରାଉତ, ଭାଗବତ ସାହୁ ପ୍ରମୁଖ ଯୋଗଦେଇ ପ୍ରଥମେ ଦ୍ୱୀପ ପ୍ରଜ୍ୱଳନ କରିଥିଲେ ଏବଂ ଫିତା କାଟି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।କାର୍ଯ୍ୟକ୍ରମକୁ ସଂଗଠନ ସଭାପତି ର ସ୍ବର୍ଣ୍ଣପ୍ରଭା ପଲେଇ ଏବଂ ସମ୍ପାଦକ କଳ୍ପତରୁ ମହାରଣା ପରିଚାଳନା କରିଥିବା ବେଳେ ରଘୁଦେଇପୁର ଗ୍ରାମବାସୀଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯାଇଥିଲା । ସଂଗଠନର ବହୁ ମହିଳା ଓ ପୁରୁଷ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l ପାଖାପାଖି ୩ ଗୋଟି ପଞ୍ଚାୟତର ଲୋକେ ଉପକୃତ ହେବାସହ ସଂଗଠନର ଏଭଳି ପ୍ରୟାସକୁ ଧନ୍ୟବାଦ ଦେଇଥିଲେ । କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ ଙ୍କ ରିପୋର୍ଟ ଆୱାଜ ମିଡ଼ିଆ !
ଆମ ଗୋବରୀ ସେବା ସଂଗଠନ ପକ୍ଷରୁ ଦିନିକିଆ ଦାନ୍ତ ଚିକିତ୍ସା କେନ୍ଦ୍ର ଅନୁଷ୍ଠିତ !!!

