Site icon Awaj Media

ବାଣପୁର ମାଠପୁଳି ଭାରି ସୁଆଦିଆ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଖାଦ୍ୟ ସାମଗ୍ରୀ କୁ ନେଇ ସେଇ ଅଞ୍ଚଳ ଗର୍ବିତ ଥାଏ । ଯେପରିକି କଟକ ଦହିବରା ସହିତ ଠୁଙ୍କା ପୁରୀ , ନିମାପଡ଼ା ର ଝିଲି , ସାଲେପୁର ରସଗୋଲା ପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ର ମାଠପୁଳି ବେଶ ଚର୍ଚ୍ଚିତ। ବାଣପୁର ମାଠ ପୁଳି ଖାଇବା ପାଇଁ ଯେପରି ସ୍ଵାଦିଷ୍ଟ ତାର ଗଢଣୀ ମଧ୍ୟ ବେଶ ଆକୃଷ୍ଟ । ତେବେ ଏହି ମାଠପୁଳି ବାଣପୁରର ଆରାଧ୍ୟ ଦେବୀ ମାଆ ଭଗବତୀ ଓ ଦକ୍ଷେଶ୍ୱର ଦେବଙ୍କ ମନ୍ଦିରରେ ନୈବେଦ୍ୟ ଭାବେ ସ୍ଵତନ୍ତ୍ର ସ୍ଥାନ ରହିଛି। ସନ୍ଧ୍ୟା ଧୂପ ସମୟରେ ଏଠାରେ କାକରା, କ୍ଷେଇ, ସରପୁଳି, ଏଣ୍ଡୁରି ସହ ମାଠପୁଳି କୁ ସ୍ଵତନ୍ତ୍ର ଭାବରେ ପୂଜା କରା ଯାଇଥାଏ । ଏହି ମାଠପୁଳି କୁ ବିରିରେ ତିଆରି କରାଯାଇ ଗୁଡ଼ର ଶିରାରେ ଭିଜା ଯାଇଥାଏ । ତାହାର ସୁମଧୁର ବାସ୍ନା ପାଇଁ ପାନ ମଧୁରି, ଜୁଆଁଳୀ, ଗୁଜୁରାତି ଆଦି ବ୍ୟବହାର କରା ଯାଇଥାଏ । ଏହି ମାଠପୁଳି କୁ ଯିଏ ଥରେ ଖାଇଥାଏ ପୁନଶ୍ଚ ଖାଇବା ନିମନ୍ତେ ମନ ବଳାଇଥାଆନ୍ତି । ସେଥି ନିମନ୍ତେ କୁହନ୍ତି ବାଣପୁର ମାଠପୁଳି ଭାରି ସୁଆଦିଆ । ଅନ୍ୟ ପଟେ ଦେଖିବାକୁ ଗଲେ କେତେ ବ୍ୟବସାୟୀ ନିଜର ବେପାର ନିମନ୍ତେ ମାଠ ପୁଳି ବେପାରକୁ ଆପଣେଇ ଥିବା ବେଳେ ସମ୍ପୂର୍ଣ ବିରି ଓ ଗୁଡ ଶିରାରେ ନ କରି କିଛି ବିରି ଓ ମଇଦା ରେ ମିଶ୍ରଣ କରିବା ସହିତ ଚିନି ଶିରାରେ ବେପାର କରୁଥିବା ଦେଖିବାକୁ ମିଳେ ।

Exit mobile version