Site icon Awaj Media

କଲରଙ୍ଗିରେ ପୁଅ ମାଡରେ ମା ଗୁରୁତର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ କଲରଙ୍ଗିରେ ପୁଅ ମାଡରେ ମା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛି । ସୂଚନା ମୁତାବକ କଲରଙ୍ଗିରେ ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ରକରି ସ୍ଥାନୀୟ ବାସିନ୍ଦା ହରି ମହାକୁଡଙ୍କ 59 ବର୍ଷିୟ ସ୍ତ୍ରୀ ସୁମିତା ମହାକୁଡ଼ଙ୍କୁ ତାଙ୍କ 30 ବର୍ଷିୟ ପୁଅ ଧରଣୀ ମହାକୁଡ଼ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା । ପୁଅ ଧରଣୀ ମହାକୁଡ଼ଙ୍କ ଠେଙ୍ଗା ପ୍ରହାରରେ ମା ସୁମିତା ମହାକୁଡ଼ଙ୍କ ଗୋଡ ଭାଙ୍ଗି ଗୁରୁତର ହୋଇଯାଇଛନ୍ତି । ସ୍ଥାନୀୟ ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରି ଯୁବକ ଧରଣୀ ମହାକୁଡ଼ଙ୍କୁ ନେଇ ଥାନାରେ ଅଟକ ରଖିବା ସହିତ ଗୁରୁତର ଅବସ୍ଥା ହୋଇଥିବା ସୁମିତା ମହାକୁଡ଼ଙ୍କୁ ସ୍ଥାନୀୟ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଦେଖିବାକୁ ମିଳିଛି । ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ସୁମିତା ମହାକୁଡ଼ଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ଏବେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Exit mobile version