ବନ୍ଧରୁ ଚାଷ ଜମିକୁ ପାଣି ଦିଆଯିବ ବୋଲି ମିଳିଲା ପ୍ରତିଶ୍ରୁତି : ଆନ୍ଦୋଳନରୁ ହଟିଥିଲେ ଉତ୍ତ୍ୟକ୍ତ ଚାଷୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଚାଷ ଜମିକୁ ମିଳୁନି ପାଣି, ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହ ରାସ୍ତା ଅବରୋଧ କଲେ ନୟାଗଡ଼ ବ୍ଲକ ମୁଥାଗାଡିଆ ଏବଂ ଭାଟସାହି ଗାଁର ଚାଷି । ଜଳସେଚନ ଅଭାବ ଯୋଗୁ ମରୁଡି ସମସ୍ୟା ଦେଖା ଦେଇଛି । ସ୍ଥାନୀୟ ଅଞ୍ଚଳରେ ରହିଥିବା ବନ୍ଧର ପାଣିକୁ କିଛି ବ୍ୟକ୍ତି ମାଛ ଚାଷ କରିବା ପାଇଁ ରୋକି ରଖିଛନ୍ତି । ତେଣୁ ଚାଷ ଜମି ପାଣି ପାଇ ପାରୁନି । ଏହାର ସମାଧାନ ଦାବିରେ 2 ଟି ପଞ୍ଚାୟତର ଲୋକ ଜିଲାପାଳଙ୍କ ଅଫିସ ଘେରିବା ସହ କିଛି ସମୟ ପାଇଁ 57 ନ ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ଜିଲାପାଳ ବିକ୍ଷୋଭ ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହ ଉକ୍ତ ବନ୍ଧରୁ ଚାଷଜମିକୁ ପାଣି ଦିଆଯିବ ବୋଲି ପ୍ରତିସୃତି ଦେବା ପରେ ଘଟଣାର ସମାଧାନ ହୋଇଥିଲା । ଆନ୍ଦୋଳନରୁ ହଟିଥିଲେ ଉତ୍ତ୍ୟକ୍ତ ଚାଷୀ !

Leave a Reply

Your email address will not be published. Required fields are marked *