Site icon Awaj Media

ନୟାଗଡ଼ ଜିଲ୍ଲା ବିଜେଡି ଯୁବ ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ଅକାଳ ବିୟୋଗ କୁ ନେଇ ଶୋକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ବିଜେଡି ଯୁବ ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ଅକାଳ ବିୟୋଗ କୁ ନେଇ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ନୟାଗଡ଼ ଖେଳ ପଡିଆ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ରମେଶ ଙ୍କ ଅମର ଆତ୍ମା ର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସହ କ୍ୟାଣ୍ଡେଲ ଜଳାଯାଇଛି। “ରମେଶ ସାହୁ ଅମର ରହେ ସ୍ଲୋଗାନ ଦେଇ ଯୁବ ଛାତ୍ର ଓ ବରିଷ୍ଠ ମାନେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ ,ବ୍ଳକ ସଭାପତି ଅଜିତ ପ୍ରସାଦ ସାହୁ, ଯୁବ ବିଜେଡି ବ୍ଳକ ସଭାପତି ଦୁର୍ୟୋଧନ ବେହେରା , ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା,ରବୀନ୍ଦ୍ର ଜେନା,ଅମୁଲ୍ୟ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଖିରୋଦ ମହାପାତ୍ର, ସରୋଜ ରଣସିଂ, ସୁବାଷ କହଁର, ବାଲୁଗାଁ ସରପଞ୍ଚ, ମନୋଜ କୁମାର ନାୟକ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଙ୍କ ସମେତ ରମେଶ ଙ୍କୁ ଭଲପାଉଥିବା ବହୁଛାତ୍ର, ଯୁବ ନେତା ସାମିଲ ହୋଇଥିଲେ ।

 

 

Exit mobile version