Site icon Awaj Media

ରାୟଗଡା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ନିହାର ରଞ୍ଜନ କହଁର, ରାୟଗଡ ଉପ ଜିଲ୍ଲାପାଳ, ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ ଶ୍ରୀ ଦିଲ୍ଲୀପ କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲମୋହନ ରାଉତରାୟ ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l

ମୋଟ ୫୮ ଟି ଅଭିଯୋଗ ଆସିଥିଲା , ସେଥି ମଧ୍ୟରୁ୪୮ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୩ ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ଶ୍ରୀମତୀ ସିଂ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୭ ଜଣଙ୍କୁ ୭୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶିବିରରେ ଜାଳବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକ ଡ଼ଃ ଦୟାନିଧି ବାଗ,ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା,ରାୟଗଡ,ତହସିଲଦାର, ରାୟଗଡ଼ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କାମାକ୍ଷୀ ପାଢ଼ୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂର୍ଯ୍ୟମଣି ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀକାନ୍ତ ପାଣିଗ୍ରାହୀ,ଜିଲ୍ଲା କ୍ରୀଡା ଅଧିକାରୀ, ଶେଖ ଆଲେନୁର,ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ,ବିଟଟାଲ ଷଡ଼ଙ୍ଗୀ,ଜିଲ୍ଲା ପଂଚାୟତ ଅଧିକାରୀ, ସକିଲା ଚରଣ ବାସ୍କେ, ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ,ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ତତ୍ୱମୋସୀ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Exit mobile version