Site icon Awaj Media

୨୩୦ ରୁ ୧୯୪ କୁ ଖସିଲା ଦେଶରେ କରୋନା ଆକ୍ଟିଭ କେସ : ୧୩୨୬ ଦିନରେ ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତକାଲି ଦେଶରେ କରୋନା ଆକ୍ଟିଭ କେସ ୨୩୦ରେ ଥିବା ବେଳେ ଆଜି ତାହା ୧୯୪କୁ ଖସିଛି। ଏହା ଦୃତ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ପାର୍ବଣର ଭିଡ ଆରମ୍ଭ ସହ ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିବ । ଧୂଳି ଧୁଆଁରେ ପ୍ରଦୂଷିତ ହେବ ରାସ୍ତାଘାଟ। ପାର୍ବଣର ପ୍ରଦୂଷଣ ଓ କୋଭିଡ୍ ମହାମାରୀରୁ ରକ୍ଷା ନିମନ୍ତେ ମାକ୍ସ୍ ଓ ସାନିଟାଇଜର ବ୍ୟବହାରର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଏ ସବୁକୁ ଉପଲବ୍ଧ କରି ଯାଜପୁର ଜିଲ୍ଲା ବାବଲ ପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରାଜ୍ୟର ବିଭିନ୍ନ ସ୍ଥାନରେ ମାକ୍ସ, ସାନିଟାଇଜର ବଣ୍ଟନ ସହ ଗରିବ ଓ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ ସହ ସେବା କାର୍ଯ୍ୟ ଜାରି ରହିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଦିନ ସଂଖ୍ୟା ୧୩୨୫ ଓ ୧୩୨୬ ଦୁଇଦିନ ଅର୍ଥାତ୍ ସୋମବାର ତା ୦୬/୧୧/୨୦୨୩ ରିଖ ଓ ମଙ୍ଗବାର ତା୦୭/୧୧/୨୦୨୩ରିଖ ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଯୁବରାଜ ମଲ୍ଲିକ,ଅଜୟ ମଲ୍ଲିକ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି।

Exit mobile version