Site icon Awaj Media

ନୟାଗଡ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ କହିଲେ ଯେ, ନୟାଗଡ ଜିଲ୍ଲାରେ ପୁଅ ମାନଙ୍କ ତୁଳନାରେ ଝିଅ ମାନଙ୍କ ସଂଖ୍ୟା ବହୁତ୍ କମ୍ ଅର୍ଥାତ୍ 1000 ପୁଅ ରେ 916 ଜଣ ଝିଅ ଅଛନ୍ତି । ବାଲ୍ୟ ବିବାହ ଏହି ଜିଲ୍ଲାରେ ବି ଅଧିକ ହୁଏ ।ଏହି ଦୁଇଟି ଗମ୍ଭୀର ସମସ୍ୟାରୁ ନୟାଗଡ ଜିଲ୍ଲାକୁ ମୁକ୍ତ କରିବା ପାଇଁ ହେଲେ ଆମେ ସମସ୍ତେ ମିଳିମିଶି କାମ କରିବା ଉଚିତ୍ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବିଶେଷ କୁମାର ସାହୁ ବାଲ୍ୟ ବିବାହ ନିରୋଧ ଆଇନ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ନୟାଗଡ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ପଣ୍ଡା କହିଲେ, ନୟାଗଡ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ନୟାଗଡ ଜିଲ୍ଲା ପୋଲିସ ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ । ଏମାନଙ୍କ ବ୍ୟତୀତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କଅଁର, ଶ୍ରୀ ଅଶ୍ଵିନୀ କୁମାର ନାଏକ, ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ, ଶ୍ରୀ କିଶୋର ଚନ୍ଦ୍ର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରୀ ଶିବ୍ୟାନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଇତ୍ୟାଦି ଯୋଗଦେଇ ନାରୀ ନେତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ରୁଚିକା ସମାଜ ମଙ୍ଗଳ ସଂଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ବେଣୁଧର ସେନାପତି ଓ ଧନ୍ୟବାଦ ଅର୍ପଣ କରିଥିଲେ ସୁରକ୍ଷା ଅଧିକାରୀ ଶ୍ରୀ ସତ୍ୟ ରଞ୍ଜନ ଦାସ । ବାଲ୍ୟ ବିବାହ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟମ୍ପେନ ରଥ ବାହାରି ଥିଲା। ଏହି ରଥକୁ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ଶ୍ରୀ ସାହୁ । କ୍ୟମ୍ପେନ୍ ରଥ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକ୍ ବୁଲି ବୁଲି ଲୋକ ମାନଙ୍କୁ ବାଲ୍ୟ ବିବାହ ବିରୁଦ୍ଧରେ ସୂଚନା କରାଇବ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ଶ୍ରୀ ସତ୍ୟ ରଞ୍ଜନ ଦାସ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର କୁମାରୀ ସୁଭସ୍ମିତା ମହାନ୍ତି, ଶ୍ରୀ ଚନ୍ଦ୍ର ଶେଖର ବେହେରା, କୁମାରୀ ସୁଶ୍ରୀ ସଂଗୀତା ଜେନା, କୁମାରୀ ସୁଚିସ୍ମିତା ଜେନା, ଶ୍ରୀ ଠାକୁରାମ ବେହେରା, ଶ୍ରୀ କେଶବ ଚନ୍ଦ୍ର ସେନାପତି, ଶ୍ରୀ ହେମନ୍ତ କୁମାର ଦାଶ ଓ ବି. ନାରାୟଣ ରେଡ୍ଡୀ । କ୍ୟାମ୍ପେନ ସଙ୍ଗୀତ ଗାନ କରିଥିଲେ କୁମାରୀ ବିଜୟ ଲକ୍ଷ୍ମୀ କର, କୁମାରୀ ରିଙ୍କିନା ସ୍ୱାଇଁ, କୁମାରୀ ତଟିନୀ ବିଶ୍ଵାଳ ।

Exit mobile version