Site icon Awaj Media

ସୁକିନ୍ଦାରେ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଜ୍ୟ କଂଗ୍ରେସ ଡାକରାରେ ସୁକିନ୍ଦା ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ସୁକିନ୍ଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଶ୍ରୀମନ୍ଦିରରେ ଜନସାଧାରଣଙ୍କ ଦର୍ଶନ ପାଇଁ ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲି ପ୍ରଭୁଙ୍କ ଅଳଙ୍କାର ଗଣତି କରିବା, ଭଣ୍ଡାର ଘର ମରାମତି ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ ହୋଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ତୁରନ୍ତ ଫେରସ୍ତ କରିବା ଆଦି ଦାବୀ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଏହି ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁକିନ୍ଦା ବ୍ଲକ କଂଗ୍ରେସ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପିସିସି ସଭ୍ୟ ଜନ୍ମଜୟ ବଳସାମନ୍ତ, ବ୍ଲକ କଂଗ୍ରେସ ସଭାପତି ରଞ୍ଜିତ ରାଜ, ଜିଲ୍ଲା ସାଧାରଣ ସମ୍ପାଦକ ରାଇଚରଣ ମହାନ୍ତି, ମହିଳା ସଭାନେତ୍ରୀ ସ୍ବପ୍ନ ବେହୁରା, ଅଜୟ ମିଶ୍ର, ସନ୍ତୋଷ ମିଶ୍ର, ଶ୍ୟାମସୁନ୍ଦର ଦାସ, ଭାଗିରଥି ମଲିକ, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ ମଲିକ, ଗୋଲକ ମହାନ୍ତି, ମଳୟ ପାତ୍ର, ଶିବାଜି ମହାନ୍ତ, ପ୍ରଭାକର ସୁମନ ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ପରେ ପରେ ସୁକିନ୍ଦା ଜଗନ୍ନାଥ ମନ୍ଦିରର ବିଭିନ୍ନ ଦାବୀ ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।

Exit mobile version