Site icon Awaj Media

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଜିଆରଏସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଆୱାଜ ମିଡ଼ିଆ : ଲାଞ୍ଚ କାରବାର ସମ୍ପର୍କରେ ସୂଚନା ପାଇ ଛକି ବସିଥିଲା ଭିଜିଲାନ୍ସ , ଲାଞ୍ଚ ଟଙ୍କା ନେଇ ଆସୁଥିବା ବେଳେ ରେଡ ହ୍ୟାଣ୍ଡ ଧରିଛି ଜିଆରଏସ ଦିଲୀପ ଦୀକ୍ଷିତ ଙ୍କୁ ! ଗୋଲେଇପୁର ର ଜିଆରଏସ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ! ସୂଚନା ଅନୁଯାୟୀ କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତ ର ଜିଆରଏସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ! ଗୋଲେଇପୁର ପଞ୍ଚାୟତ ର ଜିଆରଏସ ଦିଲୀପ ଦୀକ୍ଷିତ ତେଲିଆ ଗ୍ରାମ ର ରଂଜିତ ପ୍ରଧାନ ଙ୍କ ପାଖରୁ 1000 ଟଙ୍କା ଓ ପ୍ରତିମା ବିଶ୍ୱାଳ ଙ୍କ ପାଖରୁ 5000 ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି !

Exit mobile version