Site icon Awaj Media

୧୫୨ କୁ ଖସିଲା ଦେଶରେ କରୋନା ଆକ୍ଟିଭ କେସ୍ , ୧୩୩୦ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର ନିରବଚ୍ଛିନ୍ନ ପ୍ରକ୍ରିୟାରେ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଜି ଦେଶରେ କରୋନା ଆକ୍ଟିଭ କେସ ୧୫୨କୁ ଖସିଥିବାର ଦେଖିବାକୁ ମିଳିଛି । ଚଳିତ ସପ୍ତାହର ସ୍ଥିତିକୁ ଯଦି ଅନୁଧ୍ୟାନ କରାଯାଏ ତେବେ ଗତ ୫ ତାରିଖ ରବିବାର ଏହାର ସ୍ଥିତି ଥିଲା ୨୩୦, ୭ତାରିଖରେ ୧୯୪, ୮ତାରିଖରେ ୧୮୦, ୯ ତାରିଖରେ ୧୭୬, ୧୦ତାରିଖରେ ୧୭୭, ଏବଂ ଆଜି୧୧ ତାରିଖରେ କୋଭିଡ ଆକ୍ଟିଭ୍ କେସ ୧୫୨ରେ ସୀମିତ ରହିଛି।ଅନ୍ୟ ପକ୍ଷରେ ଆସନ୍ତା କାଲି ଠାରୁ ଆରମ୍ଭ ହୋଇଯିବ ଦୀପାବଳୀ ସହ ବିଭିନ୍ନ ପାର୍ବଣ ଓ ମହୋତ୍ସବର ଭିଡ । ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିବ । ଧୂଳି ଧୁଆଁରେ ରାସ୍ତାଘାଟ ପ୍ରଦୂଷଣ ସହ କୋଭିଡ୍ ମହାମାରୀର ସମ୍ପୂର୍ଣ୍ଣ ଭାବରେ ବିନାଶ ନିମନ୍ତେ ମାକ୍ସ୍ ଓ ସାନିଟାଇଜର ବ୍ୟବହାରର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଏ ସବୁକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ବାବଲ ପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରାଜ୍ୟର ବିଭିନ୍ନ ସ୍ଥାନରେ ମାକ୍ସ, ସାନିଟାଇଜର ବଣ୍ଟନ ସହ ଗରିବ ଓ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ ମାଧ୍ୟମରେ ସେବା କାର୍ଯ୍ୟ ଜାରି ରହିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଦିନ ସଂଖ୍ୟା ୧୩୨୯ ଓ ୧୩୩୦ ଦୁଇଦିନ ଅର୍ଥାତ୍ ତା ୧୦/୧୧/୨୦୨୩ ରିଖ ଶୁକ୍ରବାର ଓ ତା ୧୧/୧୧/୨୦୨୩ ରିଖ ଶନିବାର ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଯୁବରାଜ ମଲ୍ଲିକ,ଅଜୟ ମଲ୍ଲିକ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି। ଆଗାମୀ ଡ଼ିସେମ୍ବର ଏକ ତାରିଖ ଦିନ କୋଭିଡ୍ କିଟ୍ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।କିନ୍ତୁ ଫାଉଣ୍ଡେସନ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ମାଧ୍ୟମରେ ଗରିବ ଓ ଅସହାୟ ବ୍ୟକ୍ତି ମାନଙ୍କୁ ରିଲିଫ୍ ବଣ୍ଟନ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

Exit mobile version