Site icon Awaj Media

ବାଲୁଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଇକେଲ ଶୋଭାଯାତ୍ରା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବାୟୁ ପ୍ରଦୂଷଣ ସମ୍ପର୍କରେ ଜନ ସଚେତନ କରିବା ପାଇଁ ଶନିବାର ଏକ ସାଇକେଲ ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶୀଯୁକ୍ତ ପ୍ରଲ୍ଲାଦ ଦାସଙ୍କ ନେତୃତ୍ବରେ ଗୁରୁଜୀ ବିନୋଦ କୁମାର ପଟଯୋଶୀ, ଜିତେନ୍ଦ୍ର କୁମାର ରାୟଗୁରୁ, ଅଶୋକ ସାମନ୍ତରାୟ, ଦେବାଶିଷ ନନ୍ଧ ଓ ସୂର୍ଯ୍ୟଦେବ ବେହେରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଉଲ୍ଲେଖ ଏହି କି ଯେ ପ୍ରତିବର୍ଷ ବିଭିନ୍ନ ସଂସ୍କାର ଓ ଜନସଚେତନତା କାର୍ଯ୍ୟକ୍ରମ ଉକ୍ତ ଶିଶୁ ମନ୍ଦିର ଆନୁକୁଲ୍ୟରେ ସମ୍ପନ୍ନ ହୋଇ ଆସୁଛି ଏବଂ ଚଳିତ ଶିକ୍ଷା ବର୍ଷରେ ମଧ୍ୟ ବିଭିନ୍ନ ଆତସବାଜି ର ବ୍ୟବହାର ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷଣ ତଥା ତାର କୁପ୍ରଭାବ ସମ୍ପର୍କର ଜନସାଧାରଣ ଙ୍କୁ ଅବଗତ କରାଇବା ନିମନ୍ତେ ବିଭିନ୍ନ ପ୍ରଚାର ପତ୍ର ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା କରାଯାଇ ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଥିଲା।।

Exit mobile version