Site icon Awaj Media

ବିପଦ କୁ ନିମନ୍ତ୍ରଣ କରୁଛି ବାଣ ଦୋକାନ : ବିଦ୍ୟୁତ ସବ ଷ୍ଟେସନ ନିକଟରେ ଖୋଲିଛି ଦୋକାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗମ୍ଭାରୀମୁଣ୍ଡା ବିଦ୍ୟୁତ ସବ ଷ୍ଟେସନ ନିକଟରେ ବାଣ ଦୋକାନ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ! ସେହି ଠାରୁ ବାଣ ଦୋକାନ ଉଠେଇବା ପାଇଁ ପ୍ରଶାସନ ଙ୍କୁ ଅଭିଯୋଗ କଲେ ସ୍ଥାନୀୟ ଲୋକେ । ଆସନ୍ତା କାଲି ଆଲୋକର ପର୍ବ ଦୀପାବଳୀ ପାଳନ ଥିବା ବେଳେ ଗୋଟିଏ ପଟେ ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ବାଣ ନ ଫୁଟାଇବା ପାଇଁ ସରକାର ନିଷେଧ କରିଛନ୍ତି । ଅନ୍ୟ ପଟେ ବାଣ ବିକ୍ରି ପାଇଁ ପ୍ରଶାସନ ଦେଇଛି ଅନୁମତି। ବାଣପୁର ଓ ଗମ୍ଭାରୀମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବାଣ ଦୋକାନ ଖୋଲା ଯାଇଥିବା ବେଳେ ବାଣ କିଣିବା ପାଇଁ ଲୋକଙ୍କ ଭିଡ ବେଶ ଜମିଛି । ଏପରି ସ୍ଥଳେ ବାଣ ଦୋକାନୀ ମାନେ ବିଭିନ୍ନ କଟକଣା କୁ ଖୁଲମ ଖୁଲା ଉଲଘଂନ କରି ବାଣ ଦୋକାନ ଦେଇଥିବାର ଦେଖିବାକୁ ମିଳିଛି । ନାମ କୁ ମାତ୍ର ସ୍ୱଳ୍ପ ପାଣି ଓ ଅଳ୍ପ କିଛି ବାଲି ରଖି ବ୍ୟବସାୟ କରୁଥିବା ବେଳେ କିଛି ଗ୍ରାହକ ସେଠାରୁ ବାଣ କିଣି ସେହି ନିକଟରେ ବାଣ ଫୁଟଉ ଥିବା ନେଇ ଯାହା ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ସେହି ପରି ଗମ୍ଭାରୀ ମୁଣ୍ଡା ପଦମପୁର ଆରଆଇ ଅଫିସ ନିକଟରେ ଏକ ବିଦ୍ୟୁତ ସବ ଷ୍ଟେସନ ରହିଛି। ସେଠାରେ ବିଭିନ୍ନ ସମୟରେ ଉକ୍ତ ସ୍ଥାନରୁ ବିଦ୍ୟୁତ ସଟ୍ ସର୍କିଟ ହୋଇ ନିଆଁ ଖସୁଥିବା ବେଳେ ତାହାରି ନିକଟରେ ବାଣ ଦୋକାନ ହେବା ବିପଦ କୁ ଟାଣି ଆଣୁଚି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ଚାଲିଛି। ତେବେ ଉକ୍ତ ସ୍ଥାନରୁ ବାଣଦୋକାନ ଉଠେଇବା ପାଇଁ ସାଧାରଣ ରେ ଦାବି ହେଉଛି।।

Exit mobile version