Site icon Awaj Media

ଜନ୍ମ ଦିନରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କଳିଙ୍ଗ ଐତିହ ସୁରକ୍ଷା ମଞ୍ଚ ର ସମ୍ପାଦକ ଚିତ ରଞ୍ଜନ ମହାନ୍ତି ଏବଂ ଯୁବ ସମାଜସେବୀ ପବିତ୍ର ରାଉତ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରରେ ଗୋପୀ ମୋହନ ପଟ୍ଟନାୟକ, କୃପାସିନ୍ଧୁ ପ୍ରଧାନ,ଶ୍ରୀ ସୋମ ,ବିକ୍ରମ ନାୟକ ଏବଂ ନାରାୟଣ ବେହେରା ପ୍ରମୁଖ ଜଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଗୁନୁ ଆଚାର୍ଯ୍ୟ,ବିଭୂତି ଭୂଷଣ ସାହୁ, ଚନ୍ଦ୍ରକାନ୍ତ ଏବଂ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।

Exit mobile version