Site icon Awaj Media

୫ ମ ନୟାଗଡ଼ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପ ୨୦୨୩ ଉଦଯାପିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ର ରାଣୀ ସୌଭାଗ୍ୟ ମଞ୍ଜରୀ କଲ୍ୟାଣ ମଣ୍ଡପ, ନୂଆ ରାଜବାଟି ଠାରେ ୫ ମ ନୟାଗଡ଼ ଜିଲ୍ଲାସ୍ତରୀୟ କିରୋଗି ଓ ପୁମସାଇ ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ନୟାଗଡ଼ ର ୩ଟି ଏକାଡେମି ର ୧୨୦ ରୁ ଉର୍ଦ୍ଧ ଖେଳାଳି ବିଭିନ୍ନ ବର୍ଗରେ ଅଶଂଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା କୁ ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ସଂଘ ଓ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ମିଳିତ ଭାବରେ ଆୟୋଜନ କରିଥିଲେ । ପ୍ରତିଯୋଗିତା ରେ ଗଞ୍ଜାମ ଓ ପୁରୀ ଜିଲ୍ଲାର ଜାତିୟ ରେଫରି ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ ।

ପ୍ରତିଯୋଗିତାର ଉଦଘାଟନ ଉତ୍ସବରେ ଓଡ଼ିଶା ଟାଇକୋଣ୍ଡ ସଂଘ ର ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜ, ଅବସରପ୍ରାପ୍ତ କ୍ରିଡ଼ା ଅଧିକାରୀ, ନୟାଗଡ଼ ଶ୍ରୀଯୁକ୍ତ ଆଲୋକ କୁମାର ଦାସ, ଯୁବରାଜ ଉଦୟ ଆଦିତ୍ୟ ସିଂ ସମ୍ମାନିତ ଅତିଥି ଏବଂ ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ର ଉପ ସଭାପତି ଶ୍ରୀଯୁକ୍ତ ରଞ୍ଜନ ରଶ୍ମୀ ଜେନା ଉଦଘାଟନ କରିଥିଲେ ଏବଂ ଶ୍ରୀଯୁକ୍ତ ଗୋପିନାଥ ସେଠି ମଞ୍ଚ ପରିଚାଳନା କରିଥିଲେ, ଏହି ପ୍ରତିଯୋଗିତା ମେଡାଲ ସେରିମନି ରେ ମୂଖ୍ୟ ଅତିଥି ରୂପେ ଡଃ ଅରୁଣ କୁମାର ସାହୁ, ବିଧାୟକ ନୟାଗଡ଼ ଯୋଗ ଦେଇ ବିଜେତା ମାନଙ୍କୁ ପଦକ ପ୍ରଦାନ କରିବାସହ, ଖେଳକୁଦ ର ଉପକାରିତା ବିଷୟରେ କହିଥିଲେ। ଏଥିରେ ସମସ୍ତଙ୍କର ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିଲା। ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିବା ଖେଳାଳି ଚଳିତ ନଭେମ୍ବର ମାସ ତା୧୭ ରୁ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ । ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ରାୟଗୁରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Exit mobile version