Site icon Awaj Media

ଫାଇନାଲ ରେ ଟିମ ଭାରତ : ଦୀପାବଳୀ ରିଟର୍ଣ୍ଣସ !!!

Spread the love

ଆୱାଜ ମିଡ଼ିଆ ( ବ୍ୟୁରୋ ରିପୋର୍ଟ ) – କ୍ରମାଗତ ୧୦ମ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ରବିବାର ଦିନ ଦଳ ବିଶ୍ୱକପ ଟ୍ରଫି ପାଇଁ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ । ୨୦୧୫ ଓ ୨୦୧୯ ସେମି ଫାଇନାଲରେ ଦଳ ସେମି ଫାଇନାଲରେ ବିଦାୟ ନେଇଥିଲା । ଅନେକଙ୍କ ସ୍ୱପ୍ନ ଧୂଳି ସାତ ହୋଇଥିଲା । ହେଲେ ୨୦୨୩ରେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଭାରତ ଫାଇନାଲ ଟିକେଟ ହାତେଇଛି । ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନକୁ ଭାଙ୍ଗି ଦେଇଥିଲା। ସେମି ଫାଇନାଲରେ ଦଳକୁ ହାରିବାକୁ ପଡ଼ିଥିଲା। ହେଲେ ଆଜି ମୁମ୍ବାଇର ୱାଙ୍ଖେଡେରେ ଭାରତ ୨୦୧୯ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ଟିମ ୭୦ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି।

ସେମିଫାଇନାଲ ବିଜୟ ପରେ ସାରା ଦେଶରେ ଆରମ୍ଭ ହୋଇଯାଇଛି ବିଜୟ ଉତ୍ସବ ପାଳନର ଧୁମ ! ଦୁଇ ଦିନ ତଳୁ ଦୀପାବଳୀ ସରି ଯାଇଥିଲେ ମଧ୍ୟ ଭାରତ ର ବିଜୟ ପରେ ଯେମିତି ବାଣ ଫୁଟିଥିଲା ଲାଗିଲା ଦୀପାବଳୀ ରିଟର୍ଣ୍ଣସ !

Exit mobile version