Site icon Awaj Media

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗିୟ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତ ମହାସମାରୋହରେ ପାଳିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ କାର୍ଯ୍ୟାଳୟ ରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଥିଲା ଏହା ସହିତ ସ୍ବର୍ଗିୟ ପଣ୍ଡିତ ନେହେରୁଙ୍କ ନୀତି ଆଦର୍ଶ କୁ ହିଁ ସାରାଭାରତ ବର୍ଷ ରେ ଆପଣେଇଥିବା ଯୋଗୁଁ ସାରା ପୃଥିବୀରେ ଭାରତର ସବୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ସମସ୍ତ ଙ୍କୁ ସମାଜରେ ସମାନ ଭାବେ ମର୍ଯ୍ୟାଦା ଦିଆଯିବା ଯୋଗୁଁ ଆଜି ଭାରତ ବର୍ଷ ଶାନ୍ତି ମୈତ୍ରୀ ଫେରାଇ ଆଣିଥିବା ରାଷ୍ଟ୍ର ଭାବେ ପରିଚିତ। ଯାହା କି ଗାନ୍ଧୀ ଙ୍କ ନିତୀ ଆଦର୍ଶ ଯୋଗୁଁ କଂଗ୍ରେସ ଦଳ ବଞ୍ଚିକି ଆସିଛି ବୋଲି ନେତା ଓ କର୍ମୀ ଙ୍କ ଠାରୁ ପ୍ରକାଶିତ ହୋଇଥିବା ସୁଣିବାକୁ ମିଳିଛି। ଆଜିର ଏହି କାର୍ଯ୍ୟକ୍ରମ ରେ ସୁର୍ଯ୍ୟ ନାରାୟଣ ପାତ୍ର, କୁନା ମାଝୀ, ନିରାକାର ପାଣିଗ୍ରାହୀ,ରାଜା ପାତ୍ର ଲୋକୀ ପାତ୍ର,ଲୋକି ବରାଡ, ବଆଣଇପ୍ରସଆଦ ମାଳି, ଶିବାଜୀ ପଟ୍ଟନାୟକ,ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ସମସ୍ତ ପାରଳଖେମୁଣ୍ଡି ସହରରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳନା ହୋଇଥିବା ଦେଖିବାକୁ ମିଳିଛି।

Exit mobile version