Site icon Awaj Media

ସୁକିନ୍ଦା ଶ୍ରୀ ଜଗନ୍ନାଥ ମନ୍ଦିର ବିଗ୍ରହ ପରିବର୍ତ୍ତନ ପାଇଁ ଶ୍ରୀମନ୍ଦିର ପକ୍ଷରୁ ମିଳିଲା ଅନୁମତି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଶ୍ରୀ ଜଗନ୍ନାଥ ମନ୍ଦିର ବିଗ୍ରହ ପରିବର୍ତ୍ତନ ପାଇଁ ଶ୍ରୀମନ୍ଦିର ପକ୍ଷରୁ ମିଳିଲା ଅନୁମତି ! ସୁକିନ୍ଦା ଜଗନ୍ନାଥ ମନ୍ଦିର ବିଗ୍ରହ ପରିବର୍ତ୍ତନ ପାଇଁ ପୁରୀ ଶ୍ରୀମନ୍ଦିରର ଏକ ପ୍ରତିନିଧି ଦଳ ସୁକିନ୍ଦା ମନ୍ଦିରରେ ପହଞ୍ଚି ବିଗ୍ରହଙ୍କୁ ଦେଖିବା ପରେ ଅନୁମତି ଦେଇଛନ୍ତି । ଗତ କିଛି ବର୍ଷ ହେବ ବିଗ୍ରହଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିବା ମନ୍ଦିର ପୂଜକ ଓ ପହଣ୍ଡି କରୁଥିବା ବ୍ରାହ୍ମଣ ସମାଜ ଅଭିଯୋଗ କରି ଆସୁଛନ୍ତି। ଚଳିତ ବର୍ଷ ସ୍ଥାନୀୟ ଜନସାଧାରଣଙ୍କ ଦାବୀ ପରେ ସୁକିନ୍ଦା ତହସିଲଦାର ତଥା ଦେବୋତ୍ତର ବିଭାଗ ମୁଖ୍ୟ ଦମୟନ୍ତୀ ସାହୁ ସୁକିନ୍ଦା ରାଜା ସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର, ଦେବୋତ୍ତର ବିଭାଗ ସଦସ୍ୟ, ପୂଜା ପଣ୍ଡା ଓ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହ ପୁରୀ ଶ୍ରୀମନ୍ଦିର ଗସ୍ତ କରିଥିଲେ । ସେଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ଭେଟିବା ସହ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର, ମା ସୁଭଦ୍ରାଙ୍କ ମୁଖ୍ୟ ବାଡଗ୍ରାହୀ ରାମଦାସ ମହାପାତ୍ର, ମହାରଣା ଚିନ୍ତାମଣି ମହାପାତ୍ରଙ୍କ ସହ ବିଗ୍ରହଙ୍କ ବିଷୟରେ ଆଲୋଚନା କରି ସୁକିନ୍ଦା ମନ୍ଦିରକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ମଙ୍ଗଳବାର ଦିନ ସେହି ପ୍ରତିନିଧି ଦଳ ସୁକିନ୍ଦା ମନ୍ଦିରରେ ପହଞ୍ଚି ବିଗ୍ରହଙ୍କୁ ଦେଖିବା ପରେ ବିଗ୍ରହ ପରିବର୍ତ୍ତନର ଆବଶ୍ୟକତା ରହିଥିବା ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ରାଜା ସାହେବ୍ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର, ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା, ଆର. ଆଇ ବାଇଧର ଜତି, ଦେବୋତ୍ତର ବିଭାଗ ସଦସ୍ୟଙ୍କ ସମେତ ଶହ ଶହ ପୁରୁଷ ଓ ମହିଳା ଭକ୍ତଙ୍କ ସମାଗମ ହୋଇଥିଲା । ମନ୍ଦିର ବିଗ୍ରହ ପରିବର୍ତ୍ତନ ଖବର ପ୍ରଚାରିତ ହେବାପରେ ସୁକିନ୍ଦା ଅଂଚଳ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏହି ଧାର୍ମିକ କାର୍ଯ୍ୟକ୍ରମରେ ପହଞ୍ଚି ଆତ୍ମ ସନ୍ତୋଷ ଲାଭ କରିବା ସହ ବିଗ୍ରହ ପରିବର୍ତ୍ତନରେ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ ମତବ୍ୟକ୍ତ କରିଛନ୍ତି ।

Exit mobile version