ପୋଲିସ କୁ ଖୋଲା ଚାଲେଞ୍ଜ ଦେଇ ଦିବାଲୋକରେ ଦୁର୍ବୁତ୍ତ ଲୁଟିନେଲେ ଅଳଙ୍କାର ବ୍ୟାଗ୍ !!!

Spread the love

ନିଶ୍ଚିନ୍ତକୋଳି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ପୋଲିସ କୁ ଖୋଲା ଚାଲେଞ୍ଜ ଦେଇ ଦିବାଲୋକରେ ଦୁର୍ବୁତ୍ତ ଲୁଟିନେଲେ ଅଳଙ୍କାର ବ୍ୟାଗ୍ ! ଦିବାଲୋକରେ ଅଳଙ୍କାର ଦୋକାନରୁ ରୁ ବ୍ୟାଗ୍ ନେଇ ମଟର ସାଇକେଲ ଯୋଗେ ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଅସୁରେଶ୍ଵର ବଜାର ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରେ । ଲକ୍ଷ୍ମୀନାରାୟଣ ଜୁଏଲାରୀ ମାଲିକ ଗୋପିନାଥ ସାହୁ ପ୍ରତ୍ୟେକ ଦିନ ପରି ସକାଳୁ ଦୋକାନ ଖୋଲିବା ନିମନ୍ତେ ହାତରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଥିବା ବ୍ୟାଗ୍ ଧରି ପହଞ୍ଚିକି ଅଳଙ୍କାର ବ୍ୟାଗ୍ ଥୋଇ ଦୋକାନ ସଟର ଟେକିବା ସମୟରେ ପଛପଟେ ଆସି ଥୁଆ ହୋଇଥିବା ଅଳଙ୍କାର ବ୍ୟାଗ୍ ଟିକୁ ନେଇ ଦୁଇଜଣ ଯୁବକ ମଟର ସାଇକେଲ ଯୋଗେ ଚମ୍ପଟ ମାରିଥିଲେ । ଏନେଇ ଗୋପିନାଥ ସାହୁ ନିଶ୍ଚିନ୍ତକୋଇଲି ଥାନା ଲିଖିତ ଅଭିଯୋଗ କରିଛନ୍ତି । ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳ ରେ ଦିବାଲୋକ ରେ ଜନଗହଳି ବଜାର ରୁ ଏଭଳି ଲୁଟ୍ କରି ଫେରାର ହୋଇଯିବା ସିସିଟିଭି ଫୁଟେଜ ଦେଖିବାକୁ ମିଳିଛି । ଏ ଘଟଣା ଏବେ ବ୍ୟବସାୟୀ ମାନଙ୍କ ମନରେ ଭୟ ସୃଷ୍ଟି କରିଛି । ଅସୁରେଶ୍ଵର ରେ ଏକ ଫାଣ୍ଡି ହେବା ନିମନ୍ତେ ଦୀର୍ଘ ବର୍ଷ ହେବ ଜନସାଧାରଣ ଦାବି କରି ଆସୁଥିଲେ ମଧ୍ୟ ଫାଣ୍ଡି ହେଉନାହିଁ , ସେଥିପାଇଁ ଦୁବୃର୍ତ୍ତ ଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଏବେ ସମସ୍ତଙ୍କ ଅପେକ୍ଷା ପୋଲିସ କେବେ ଧରୁଛି ଦୁବୃର୍ତ୍ତ ମାନଙ୍କୁ ।

Leave a Reply

Your email address will not be published. Required fields are marked *