Site icon Awaj Media

ବାଣପୁର “ଵ୍ରାଇଟ ଫୋକସ” ଶିକ୍ଷାନୁଷ୍ଠାନର ୧୦ମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ସେବାରେ ସମର୍ପିତ ବାଣପୁର ର ଅନ୍ୟତମ ଶିକ୍ଷାନୁଷ୍ଠାନ “ବ୍ରାଇଟ ଫୋକସ”ର ” ର ୧୦ମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶିିିବ ପ୍ରସାଦ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ଶିକ୍ଷା ସେବାରେ କୃତକାର୍ଯ୍ୟ ହୋଇ ନବନିଯୁକ୍ତ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଝରଣା ଓଝା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋମଳମତି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ବାଦ ର ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁୁ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ନିିିମନ୍ତେ ମାର୍ଗଦର୍ଶନ ଦେଇଥିଲେ । ଓଷ୍ଟା ର ରାଜ୍ୟ ସମ୍ପାଦକ ଶିକ୍ଷକ ନେତା ଶିଶିର କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଵକ୍ତଵ୍ୟ ରଖିଥିଲେ । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ସର୍ବେଶ୍ୱର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ । କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ମଞ୍ଚାସୀନ ଅତିଥି ମାନେ କୃତି ବିଦ୍ୟାର୍ଥୀ ଙ୍କୁ ପୁରସ୍କାର ବିତରଣ କରିଥିଲେ । ଅନୁଷ୍ଠାନ ର ପ୍ରମୁଖ ସଦସ୍ୟ ଦୀପକ କୁମାର ଦେହୁରୀ, ଦୀପାଞ୍ଜଳି ଖୁଣ୍ଟିଆ, ବିଜ୍ଞାନୀ ଶ୍ରୀଚନ୍ଦନ, ସୁଜ୍ଞାନୀ ନାୟକ, ଇପ୍ସିତା ବାରିକ , ନବ କିଶୋର ଲେଙ୍କା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅଧ୍ୟକ୍ଷ ଶିବ ପ୍ରସାଦ ଖୁଣ୍ଟିଆ ସମସ୍ତ ଙ୍କୁ କୃତଜ୍ଞତାର ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version