ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ଉଜ୍ଜଳା ଗୋପୀନାଥପୁର ଗ୍ରାମର ଜଣେ ୩ ବର୍ଷର ନାବାଳକ ନିଖୋଜ ଥିବାର ସୂଚନା ମିଳିଛି। ସୂଚନା ମୁତାବକ ଟାଙ୍ଗୀ ଉଜ୍ଜଳା ଗୋପୀନାଥପୁର ଗ୍ରାମର ନବ କିଶୋର ପ୍ରଧାନ ଙ୍କ ୩ ବର୍ଷର ପୁଅ ରାହୁଲ ପ୍ରଧାନ ଶୁକ୍ରବାର ସକାଳ ସମୟରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍ କୁଆଡେ ନିଖାଜ ହୋଇ ଯାଇଥିବାର ଅଭିଯୋଗ କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ଯଦି ଏହି ନାବାଳକ ଟିର କିଛି ସନ୍ଧାନ ପାଆନ୍ତି ତାହାଲେ ଏହି ୭୭୫୧୮୪୩୪୯୪ ନମ୍ବର ରେ ଯୋଗାଯୋଗ କରିବା ପାଇଁ ତାଙ୍କ ପିତା ଅନୁରୋଧ କରିଛନ୍ତି।।
ଟାଙ୍ଗୀ ଉଜ୍ଜଳା ଗୋପୀନାଥପୁର ଗ୍ରାମର ନାବାଳକ ନିଖୋଜ !!!

