ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ତିନି ଦିନ ହେଲା ବାଙ୍କୀ ନିର୍ବାଚନ ମଣ୍ଡଳୀରେ ମାତିଛି ବିଜେପି ! 16 ତାରିଖରେ ବାରଂଗ ବ୍ଲକ ଆଗରେ ବିକ୍ଷୋଭ , ଗତକାଲି ଡମପଡା ବ୍ଲକ କାର୍ଯ୍ୟାଳୟ ଘେରାଉ ଏବଂ ଆଜି ବାଙ୍କୀ ବ୍ଲକ ଆଗରେ ଦେଖିବାକୁ ମିଳିଛି ବିଜେପି ର ସମାବେଶ ! ପ୍ରଦର୍ଶନ ସମୟରେ ଶାସକ ବିଜେଡି ବିରୋଧରେ ନାରାବାଜି ସ୍ଲୋଗାନ ହେଉଥିଲେ ମଧ୍ୟ , ଦଳୀୟ ନେତାଙ୍କ ଅନ୍ତଃ କନ୍ଦଳ ଦେଖି ଲୋକେ କହୁଛନ୍ତି , ଆଗ ନିଜେ ସଜାଡି ହୁଅ – ତାପରେ ଆନ୍ଦୋଳନ କରିବ ! ପ୍ରଶାସନିକ ଅବ୍ୟବସ୍ଥା ଏବଂ ଶାସକ ଦଳର ସ୍ୱେଚ୍ଛାଚାରିତା ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କଲା ବାଙ୍କୀ ବିଜେପି ! ବାଙ୍କୀ ରେ ଆୟୋଜିତ ହୋଇଯାଇଛି ଜନ ଆକ୍ରୋଶ ରାଲି ! ହଜାର ହଜାର ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର କର୍ମୀ ବାଙ୍କୀ ରେ ଏକାଠି ହୋଇ ବାଙ୍କୀ ଓ ଡମପଡା ବ୍ଲକ ଘେରାଉ କରିବା ସହ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଦେଇଛନ୍ତି ଚେତାବନୀ ! ସବୁଠାରୁ ବଡ଼ କଥା ହେଉଛି ବାଙ୍କୀରେ ଭତା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ଶ୍ମଶାନ , ବାଙ୍କୀର ଆରାଧ୍ୟା ଦେବି ମା ଚର୍ଚ୍ଚିକା ଙ୍କ ମନ୍ଦିର ଟଙ୍କା, ରାସନ କାର୍ଡ୍, କୃଷି ଠାରୁ ଆରମ୍ଭ କରି ଶିକ୍ଷା ସ୍ୱାସ୍ଥ୍ୟ ଯାଏଁ ସବୁ କ୍ଷେତ୍ରରେ ଅବ୍ୟବସ୍ଥା ! ଶାସକ ଦଳର ନେତାଙ୍କ ଆଦେଶରେ ଉଠବସ ହୋଇ ମଣ୍ଡଳ ଉନ୍ନୟନ ଅଧିକାରୀ ପାଲଟିଛନ୍ତି ଆଜ୍ଞାବହ ! ସଧାରଣ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ ପାଇଁ ବାଙ୍କୀ ପ୍ରଶାସନ ଅକ୍ଷମ ବୋଲି କହିଛନ୍ତି ବାଙ୍କୀ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀ ! ସାରା ବାଙ୍କୀ ରେ କେବଳ ଉଦଘାଟନ ଫଳକ ମାରି ବାଙ୍କୀ ବିକାଶର ନାରା ଦେଉଥିବା ବିଧାୟକ ଏବଂ ତାଙ୍କ ବାପା ତଥା ପୂର୍ବତନ ବିଧାୟକଙ୍କୁ ଟାର୍ଗେଟ କରିଥିଲେ ଆନ୍ଦୋଳନକାରୀ !
ବାଙ୍କୀ ରେ ବିଜେପି ର ବିକ୍ଷୋଭ : ଦଳ ଏକା ହେଲେ ନେତା ଅଲଗା !!!

