Site icon Awaj Media

ନୟାଗଡ ଜିଲ୍ଲା ଭାପୁର ଠାରେ ଜାତୀୟ ପ୍ରେସ ଦିବସ ପାଳିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ଠାରେ ଜାତୀୟ ପ୍ରେସ ଦିବସ ପାଳିତ ! କାର୍ଯ୍ୟକ୍ରମ ଅବସରରେ ଗଠନ ମୂଳକ ସାମ୍ବାଦିକତାକୁ ଗୁରୁତ୍ଵ । ଗଣତାନ୍ତ୍ରିକ ମୁଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ସମାଜ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି । ଏହାକୁ ପାଥେୟ କରି ବିଶ୍ଵର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତ ବର୍ଷରେ ସାମ୍ବାଦିକତା ର କର୍ମ ବର୍ଦ୍ଧିଷ୍ଣୁ କର୍ତ୍ତବ୍ୟଧାରା ବଜାୟ ରହିଛି । ସାମାଜିକ ସ୍ତରରେ ନାଗରିକ ଅଧିକାର, ସୁରକ୍ଷା, ଶାନ୍ତି, ସମୃଦ୍ଧି ଏବଂ ସଦାଚାର ସହବାସ୍ଥାନ କୁ ସୁନିଶ୍ଚିତ କରିବାରେ ଗଣ ମାଧ୍ୟମର ଭୂମିକା ଗୁରୁତ୍ବ ପୂର୍ଣ୍ଣ ଦାୟୀତ୍ୱ ନିର୍ବାହ କରୁଥିବା ଜାତୀୟ ପ୍ରେସ ଦିବସରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଛନ୍ତି । ଭାପୁର ପ୍ରେସ୍ କ୍ଲବ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ଉତ୍ସବରେ ଗଠନ ମୂଳକ ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ସ୍ଵତନ୍ତ୍ର ଉତ୍ସବ ପାଳନ ଅବସରରେ କ୍ଲବର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବର ସଭାପତି ରଞ୍ଜନ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସମ୍ପାଦକ ଶିଶିର ସାହୁ ଏବଂ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଅତିଥି ଗଣଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଅତିଥିଙ୍କ ମଧ୍ୟରେ ଅଞ୍ଚଳର ବରିଷ୍ଠ ରାଜନୈତିଜ୍ଞ ଶିବ ପ୍ରସାଦ ଷଡ଼ଙ୍ଗୀ, ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ସାମନ୍ତରାୟ, ବ୍ଲକ ପୁର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା, ବିଜେପି ମହିଳା ମୋର୍ଚ୍ଚା ସଭାପତି ଅର୍ଚ୍ଚନା ଦାସ, ରାଜ୍ୟ ବିଜେପି ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଯୁବ ନେତା ତୋଫାନ ପ୍ରଧାନ, ଜିତେନ୍ଦ୍ର କୁମାର ରଣସିଂହ ପ୍ରମୁଖ ଯୋଗ ଦେଇଥିଲେ ! ସମ୍ମାନୀତ ଅତିଥି ଭାବରେ ତହସିଲଦାର ଲଗ୍ନଜିତ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଣଜିତ୍ କୁମାର ମଲ୍ଲିକ, ଥାନା ଅଧିକାରୀ ସୁଜିତ କୁମାର ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର୍ଷଣ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସାମାଜିକ ବ୍ୟବସ୍ଥାରେ ସାମ୍ବାଦିକତାର ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ଡାକ୍ତର ବିଶ୍ଵନାଥ ସାହୁ ଓ ପ୍ରଦୀପ କୁମାର ପାଇକରାୟ, ଶିକ୍ଷାବିତ୍ ବିରଞ୍ଚି ନାରାୟଣ ଶତପଥି, ଶିକ୍ଷକ ମନୋଜ କୁମାର ଶତପଥି, ବନପାଳ ବନମାଳୀ ରାଉତ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ରେଣୁବାଳା ନନ୍ଦ, ଭାପୁର ବିଟ୍ ହାଉସ୍ ଅଧିକାରୀ ମହମ୍ମଦ ଜାଫ୍ରୂଲା, ଆରକ୍ଷୀ ଉପ ନୀରିକ୍ଷକ ଅରୂପା କୁମାର ନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ ଓ ରିତୁ ରଞ୍ଜନ ଦାସ, ଯୁବ ବ୍ୟବସାୟୀ ମାୟାଧର ପ୍ରଧାନ ପ୍ରମୁଖଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୋଗୀ ମାନଙ୍କ ମଧ୍ୟରେ ଫଳ ବଣ୍ଟନ ଏବଂ ଅନେକ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗ ଦେଇଥିବା ବେଳେ ଜିଲ୍ଲା ଓ ରାଜ୍ୟ ସ୍ତରର ସାମ୍ୱାଦିକ ଉପସ୍ଥିତି ଥିଲେ । ପ୍ରେସ କ୍ଲବ ର ସଂପାଦକ ଶିଶିର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ, କ୍ଲବର ପ୍ରତିଷ୍ଠାତା ସଭାପତି ସାମ୍ବାଦିକ ଜ୍ଞାନ ରଞ୍ଜନ ଷଡଙ୍ଗୀ ଗଠନ ମୂଳକ ସାମ୍ୱାଦିକତା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଲବର ସଦସ୍ୟ ବିରିଞ୍ଚି କୁମାର ନାୟକ, ଜୟକୃଷ୍ଣ ବାରିକ, ସୁଶାନ୍ତ କୁମାର ପଟ୍ଟନାୟକ, ଶ୍ରୀକାନ୍ତ ରାଉତ, ବିଶ୍ବଜିତ ବାରିକ, ପ୍ରଶାନ୍ତ କୁମାର କର, ଶିବ ପ୍ରସାଦ ସାହୁ, ପଦ୍ମନାଭ ମିଶ୍ର, କନକଲତା ପ୍ରଧାନ, ପ୍ରତାପ କୁମାର ପଣ୍ଡା ଆଦି ସମସ୍ତ ସଦସ୍ୟ ଉତ୍ସବ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଯୁଗ୍ମ ସମ୍ପାଦକ ରମେଶ ଚନ୍ଦ୍ର ବରାଡ ଅତିଥି ଓ ସମବେତ ଜନତାଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Exit mobile version