Site icon Awaj Media

ବିଜେପି ପକ୍ଷରୁ ବଡମ୍ବା ବ୍ଲକ ରେ ଜନ ଆକ୍ରୋଶ ପ୍ରତିବାଦ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ରାଜ୍ୟ ସରକାର ଏକକାଳୀନ ୨୩ ବର୍ଷ ଧରି ଶାସନ କରିବା ପରେ ଦୁର୍ନୀତି ରେ ବୁଡିଯାଇଛି ସାରା ରାଜ୍ୟ । ରାଜ୍ୟର ସମସ୍ତ ବ୍ଲକ ୬୬ ବିଜ୍ଞାପିତ ଅଂଚଳ ର ସମସ୍ତ ଅନୁଷ୍ଠାନ ଆଜି ଦୁର୍ନୀତି ର ତାଜମହଲ । ଏହି ପରିପ୍ରେକ୍ଷୀରେ ବଡମ୍ବା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଙ୍କ ନେତୃତ୍ୱ ରେ ରାଜ୍ୟ ସମ୍ପାଦକ ରାମନାରାୟଣ ମହାନ୍ତି, ସରୋଜ କୁମାର ବେଉରା, ମହେନ୍ଦ୍ର ପଢିଆରି, ବିଭୁଦତ୍ତ ପଟ୍ଟନାୟକ ପ୍ରମୁଖ ସରକାର ଙ୍କ ଦୁର୍ନୀତି ଉପରେ ବର୍ଷିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଚାଷୀ ମାରଣ ନୀତି, ଶିକ୍ଷା ବିଭାଗ କୁ ଅଚଳ କରିବା ସହ ସାମ୍ବିଧାନିକ ବ୍ୟବସ୍ଥା କୁ ଅଣଦେଖା କରିବା, କୋଟି କୋଟି ଟଙ୍କା ଚିଟଫଣ୍ଡ ରେ ଗରିବ ଲୋକଙ୍କୁ ଠକିବା, କେନ୍ଦ୍ର ଯୋଜନା କୁ ହଡପ କରି ନିଜ ନାମରେ ବାଃ ବାଃ ନେବା ଏବଂଚାଷୀ ଙ୍କ ପେଟରେ ନାତ ମରି ସୁନାପାଳ ସୁଗାର ମିଲ କୁ ନିଲାମ କରି ବାହାର ରାଜ୍ୟରେ ଶାଗ ମାଛ ଦରରେ ବିକିବା ଭଳି ବହୁ ଘୃଣ୍ୟ କାମ କରିଛନ୍ତି ଶାସକ ଦଳର ନେତା ଦେବୀ ମିଶ୍ର । ଦଳୀୟ କର୍ମୀ ଙ୍କୁ ଘର ବାଣ୍ଟିବା ଭଳି ବହୁ ଦୁର୍ନୀତି ରେ ବିଜୁ ଜନତା ଦଳ ଲିପ୍ତ ଥିବା ଉପରେ ବିଜେପି ନେତା ମାନେ ନିଜର ପ୍ରତିକ୍ରିୟା ରଖିଥିଲେ ।

Exit mobile version