Site icon Awaj Media

ପରିମଳ ସଚେତନତା ସାଇକେଲ ରାଲି ଓ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମନ୍ୱିତ ଯୁବ ବିକାଶ ଯୋଜନା ମାଧ୍ୟମରେ ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ପରିମଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଛାତ୍ର ଛାତ୍ରୀ ମାନେ ପ୍ରଥମେ ମହା ବିଦ୍ୟାଳୟ ମୁଖ୍ୟ ଫାଟକ ରୁ ପରିମଳ ସଂକ୍ରାନ୍ତୀୟ ସ୍ଲୋଗାନ ପ୍ରଦାନ କରି ବେଙ୍ଗରାଜ ପଲ୍ଲୀ ଗ୍ରାମରେ ପହଞ୍ଚି ଗ୍ରାମର ଛୋଟ ଛୋଟ ଛୁଆ ମହିଳା, ପୁରୁଷ, ଯୁବକ ଓ ଯୁବତୀ ମାନଙ୍କୁ ସ୍ବାସ୍ଥ୍ୟ ଶିକ୍ଷା ପ୍ରଦାନ କରି ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସଚେତନ କରାଇଥିଲେ। ଏହି ପରିମଳ କାର୍ଯ୍ୟକ୍ରମକୁ ମହା ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ବିନାୟକ ହୋତା, ଅଧ୍ୟାପକ ଶ୍ରୀ ଆଦିତ୍ୟ ସାରଥୀ ବେଦମାତା, ଅଧ୍ୟାପିକା ଶ୍ରୀ ସ୍ୱାଗତିକା ସାହୁ, ଅଧ୍ୟାପକ ଶ୍ରୀ ଗୋଲକ କୁମାର ବେହେରା ମହା ବିଦ୍ୟାଳୟ ପରିସରରେ ଉପସ୍ଥିତ ରହି ଉଦଘାଟନ କରିଥିଲେ। ବେଙ୍ଗରାଜ ପଲ୍ଲୀ ଗ୍ରାମ ଠାରେ ଅଧ୍ୟକ୍ଷ ଶ୍ରୀ ହୋତା ଗ୍ରାମର ପିଲା ମାନଙ୍କୁ ପରିମଳ ଆବଶ୍ୟକ ଉପକରଣ ବଣ୍ଟନ କରିଥିଲେ ଓ ଶିକ୍ଷା, ସ୍ବାସ୍ଥ୍ୟ ସଚେତନ ପାଇଁ ପ୍ରେରଣା ପ୍ରଧାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମହା ବିଦ୍ୟାଳୟର ପୂର୍ବତନ କ୍ରୀଡା ଶିକ୍ଷକ ଶ୍ରୀ ବୈରାଗୀ ଚରଣ ବଳ ଓ ପୂର୍ବତନ ପ୍ରାଣୀବିଜ୍ଞାନ ଡେମନ ଷ୍ଟେଟର ଶ୍ରୀ ଜୟନ୍ତୀ ଲାଲ ଚୌହାନ ଯୋଗଦାନ କରି ପ୍ରେରଣା ପ୍ରଦାନ କରିଥିଲେ।।

Exit mobile version