Site icon Awaj Media

ନୟାଗଡ଼ ପଞ୍ଚାୟତ ସମିତିରେ ଚାଲିଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ବିଜେପି ର ପ୍ରତିବାଦ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ , ନୟାଗଡ଼ ପଞ୍ଚାୟତ ସମିତିରେ ଚାଲିଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ନୟାଗଡ଼ର ରାଣୀମା ତଥା ପୂର୍ବତନ ସାଂସଦ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ନୟାଗଡ଼ କଲେଜ ଛକଠାରୁ ଏକ ପ୍ରତିବାଦ ପଦଯାତ୍ରା ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ନୟାଗଡ଼ ପଞ୍ଚାୟତ ସମିତି ଘେରାଓ କାର୍ଯ୍ୟକ୍ରମ କରାଯାଇଅଛି । ଏହି ପଦଯାତ୍ରା ଆସୁଥିବା ସମୟରେ ରାସ୍ତାରେ ସାଧାରଣ ନୟାଗଡ଼ିଆଙ୍କ ପ୍ରବଳ ସମର୍ଥନ ଦେଖିବାକୁ ମିଳିଥିଲା। ନୟାଗଡ଼ ପଞ୍ଚାୟତ ସମିତିରେ ଦିନକୁ ଦିନ ବଢୁଥିବା ଦୁର୍ନୀତି ବିରୁଦ୍ଧରେ ତଥା ନୟାଗଡ଼ିଆଙ୍କ ସ୍ୱାର୍ଥ ନିମନ୍ତେ ଏହି ଲଢେଇରେ ଯୋଗଦାନ ଦେବା ପାଇଁ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସମସ୍ତ ନୟାଗଡ଼ିଆଙ୍କୁ ଆହ୍ୱାନ କରିଥିଲେ । ନୟାଗଡ଼ ପଂଚାୟତ ସମିତିରେ ୧୮ % ରୁ ୩୦ % ପର୍ଯ୍ୟନ୍ତ ପିସି କାରବାର, ବେଆଇନ ଭାବେ ମନରେଗା କାର୍ଯ୍ୟ ଦୁର୍ନୀତି, କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଯାକ କରି ରାଜ୍ୟ ସରକାରଙ୍କ ଯୋଜନା କହି ମିଥ୍ୟା ପ୍ରଚାର କରାଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ପରିମାଣରେ ଟଙ୍କା କାରବାର, ଆମ ଓଡ଼ିଶା ନବୀନ ଓଡିଶା ନାମରେ ପଲ୍ଲିସଭା ନ କରାଯାଇ ଯେଉଁଭଳି ଶାସକ ଦଳ କର୍ମୀ ମାନଙ୍କୁ କାର୍ଯ୍ୟ କରାଯାଇ ନିର୍ବାଚନୀ ପାଣ୍ଠି ଠୁଳ କରିବା, ବିରୋଧୀ ସରପଞ୍ଚ ଜିତିଥିବା ଜାଗାରେ କାର୍ଯ୍ୟ ନ କରାଇବା, କନିଷ୍ଠ ଯନ୍ତ୍ରୀମାନେ ଶାସକ ଦଳର କର୍ମୀମାନଙ୍କ କଥାରେ ଉଠବସ ହୋଇ ମିଥ୍ୟା ବିଲ କରିବା ଇତ୍ୟାଦି ବିଷୟରେ ଏହି ପ୍ରତିବାଦ ସଭାରେ ବକ୍ତାମାନେ ନିଜର ଅଭିଭାଷଣରେ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନସିର ଅହମ୍ମଦ, ଆଇନଜୀବୀ କୃପାସିନ୍ଧୁ ଗୌଡ଼, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ଦିଲ୍ଲୀପ ବେହେରା, ସୌମ୍ୟରଂଜନ ପ୍ରଧାନ, ପ୍ରଫୁଲ୍ଲ କୁମାର ପାଳ, ସିନ୍ଦୁରିଆ ସରପଞ୍ଚ ପ୍ରମୋଦ କୁମାର ବେହେରା, ଗମ୍ଭାରୀଡ଼ିହି ସରପଞ୍ଚ ପଟ୍ଟନାୟକ, ସମିତି ସଭ୍ୟ ହରଷ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟମଣି ବେହେରା, ଆରତୀ ଗୌଡ଼, ନଗର ମଣ୍ଡଳ ସଭପତି ସମେତ ୧୧୦୦ରୁ ଉର୍ଦ୍ଧ୍ବ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଯଦି ନୟାଗଡ଼ ପଞ୍ଚାୟତ ସମିତିରେ ଦୁର୍ନୀତିକୁ ବନ୍ଦ କରାଯାଇ ଦୁର୍ନୀତିଗ୍ରସ୍ତ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଏହାକୁ ନେଇ ଭାରତୀୟ ଜନତା ପାର୍ଟି, ନୟାଗଡ଼ ପକ୍ଷରୁ ଗଣ ଆନ୍ଦୋଳନ କରାଯିବ ବୋଲି ବିଜେପି ତରଫରୁ ଚେତାବନୀ ଦିଆଯାଇଛି !

Exit mobile version