ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଅଞ୍ଚଳରେ ବାରମ୍ବାର ଉପୁଜିଥିବା ଗୁରୁତର ଟ୍ରାଫିକ ସମସ୍ୟା ଅଞ୍ଚଳ ବାସିନ୍ଦା ଙ୍କୁ ଅସ୍ତ ବ୍ୟସ୍ତ କରିଦେଉଛି । ପ୍ରାୟ ୧୮ ହଜାର ବାସିନ୍ଦା ଙ୍କୁ ନେଇ ବାଣପୁର ଏନଏସି ଗଠନ ହେବା ଦିନଠାରୁ ଟ୍ରାଫିକ ଏହାର ମୁଖ୍ୟ ସମସ୍ୟା ରହିଛି । ବାଣପୁର ର ରାସ୍ତା ଘାଟ ର ସମ୍ପ୍ରସାରଣ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିବା ବେଳେ କେବଳ ନିର୍ବାଚନୀ ଋତୁରେ ନେତାମାନ ଙ୍କ ବାଣପୁର ପାଇଁ ମାଷ୍ଟର ପ୍ଲାନ ର ପ୍ରତିଶୃତି ର ଫମ୍ପା ଆବାଜ କୁ ଜନସାଧାରଣ କେବଳ ଶୁଣନ୍ତି । ଫାଇଭ ଟି ସଚିବ ଙ୍କ ଭଗବତୀ ମନ୍ଦିର ର ନବକଳେବର ସାଙ୍ଗକୁ ମୁଖ୍ୟ ରାସ୍ତା କୁ ଦୁଇ ଲେନ କରାଯିବା ର ପ୍ରତିଶୃତି ର ଦୀର୍ଘ ୯ ମାସ ପରେ ମଧ୍ୟ ସାମାନ୍ୟ କାର୍ଯ୍ୟକାରୀ ହୋଇନାହିଁ । ସହରାଞ୍ଚଳ ର ବର୍ଦ୍ଧିଷ୍ଣୁ ଯାନବାହାନ ଚଳାଚଳ ଏବଂ ରାସ୍ତା କୁ ଅକ୍ତିଆର କରି ଘର ଓ ଉଠା ଦୋକାନ ମାନ ନିର୍ମାଣ ଏହାର ମୁଖ୍ୟ ରାସ୍ତା କୁ ସଂକୀର୍ଣ୍ଣ କରିବା ସଙ୍ଗେ ଗମନା ଗମନ ରେ ବାଧା ସୃଷ୍ଟି କରୁଛି । ବର୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ମା ଭଗବତୀ ଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନଙ୍କ ଆଗମନ ହେତୁ ଅଧିକ ଯାନବାହାନ ଚଳାଚଳ ହେଉଥିବା ଏବଂ ବ୍ଲକ ରେ ଜିଲ୍ଲା ପାଳ ଙ୍କ ଜନ ଶୁଣାଣି ଚାଲିଥିଲା ବେଳେ ସୋମବାର ଦିନ ୧୨.୩୦ ମିନିଟ ସମୟ ରେ ବାଣପୁର ମୁଖ୍ୟ ରାସ୍ତା ରେ ଅହେତୁକ ଟ୍ରାଫିକ ଯାମ ଲାଗି ରହିଥିଲା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଏହା ଲାଗି ରହିଥିଲା । ଏପରିକି ଡାକ୍ତର ଖାନା କୁ ଯାଉଥିବା ଏକ ଆମ୍ବୁଲାନ୍ସ ଭିଡ଼ ମଧ୍ୟରେ ବହୁ ସମୟ ଧରି ଫସି ରହିଥିଲା. ଖବର ପାଇ ବାଣପୁର ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଏବଂ ତାଙ୍କ ର ସହଯୋଗୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ଯାମ କୁ ହଟାଇବା ସଙ୍ଗେ ସଙ୍ଗେ ଭିଡ଼ ମଧ୍ୟରେ ଆମ୍ବୁଲାନ୍ସ କୁ ରାସ୍ତା ଦେଇଥିଲେ । ବାଣପୁର ସହର ମଧ୍ୟକୁ ଦିନ ଟା ରୁ ମଧ୍ୟାହ୍ନ ଏକ ଘଣ୍ଟା ଏବଂ ମଧ୍ୟାହ୍ନ ୩ ଘଟିକାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ କୁ ନିଷିଦ୍ଧ କରିବା ପାଇଁ ପୋଲିସ ପ୍ରଶାସନ ବିଭିନ୍ନ ସମୟରେ ପ୍ରତିଶୃତି ଦେଉ ଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ରେ ଦାବି ।।
ଟ୍ରାଫିକ ଜାମ ରେ ଫସିଲା ଆମ୍ବୁଲାନ୍ସ : ବାଣପୁର ମୁଖ୍ୟ ରାସ୍ତା ଏକ ଘଣ୍ଟା ଧରି ବେହାଲ !!!

