ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ବିଜେପି ପକ୍ଷରୁ ଦାନଗଦୀ ବ୍ଲକ ଘେରାଉ, ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ ! ଦାନଗଦୀ ବ୍ଲକରେ ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ବିଜେପି ପକ୍ଷରୁ ଦାନଗଦୀ ବ୍ଲକ ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ, ରାସନ୍ କାର୍ଡ ବଣ୍ଟନ, ବଡ଼ ବଡ଼ ପ୍ରକଳ୍ପକୁ ଟେଣ୍ଡର ନକରି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଜାରୀ କରି ଦଳୀୟ କର୍ମୀଙ୍କୁ କାମ ଦେବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଦେବାରେ ଘୋଟାଲା, ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅସହଯୋଗ କରିବା, ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନକୁ ଦୁର୍ବ୍ୟବହାର କରିବା ଭଳି ବିଭିନ୍ନ ଅଭିଯୋଗ ଓ ଖଣି, ଶିଳ୍ପସଂସ୍ଥାରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି, ଚାଷୀ ମାନଙ୍କ ଶସ୍ୟ ମଣ୍ଡିରେ ଗ୍ରହଣ କରିବା, ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ କରିବା ଦାବୀ ସମ୍ବଳିତ ଦାବୀପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାନଗଦୀ ବ୍ଲକ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳସାମନ୍ତଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ , ମିଲିଟାରୀ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦାନଗଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଗୌତମ ରାଏ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ, ଅମଳେନ୍ଦୁ ବେହୁରା, ରାଜ୍ୟ ସଂଯୋଜକ ରବୀନ୍ଦ୍ର ପୁହାଣ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ବେହୁରା , ପବିତ୍ର ମହାପାତ୍ର, ପ୍ରଶାନ୍ତ ରାୟ, ସୁଧାଂଶୁ ଭଞ୍ଜଙ୍କ ସହିତ ଦାନଗଦି ବ୍ଲକର 3ଟି ମଣ୍ଡଳର ସଭାପତି ରବିନ୍ଦ୍ର ମୋହନ ଜେନା , ଅଜିତ ଦାସ , ସଞ୍ଜୟ ମହାନ୍ତି ଙ୍କ ସମେତ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ସ୍ତରୀୟ ସଂଗଠକ ସାମିଲ ହୋଇଥିଲେ ।
ବିଜେପି ପକ୍ଷରୁ ଦାନଗଦୀ ବ୍ଲକ ଘେରାଉ : ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ !!!

