Site icon Awaj Media

ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଅବଧାନଙ୍କ ପାଠଶାଳାର ଆଫ୍ରିକା ଶାଖାରେ ଏୟାର କ୍ରାଫ୍ଟ ବିଷୟରେ ଶିକ୍ଷାଦାନ ଆରମ୍ଭ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବାବଲ ପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ପ୍ରାୟୋଜିତ ଆନ୍ତର୍ଜାତିକ ମୁକ୍ତାକାଶ ବିଦ୍ୟାଳୟ କାର୍ଯ୍ୟକ୍ରମ “ଅବଧାନଙ୍କ ପାଠଶାଳା” ଆଫ୍ରିକା ଶାଖାରେ ଏୟାର କ୍ରାଫ୍ଟ ବିଷୟରେ ଶିକ୍ଷାଦାନ ଆରମ୍ଭ ହୋଇ ଅଛି। ବିଭିନ୍ନ ଦେଶରେ ଉକ୍ତ ବିଦ୍ୟାଳୟ ମାଧ୍ୟମରେ ବିଭିନ୍ନ ପ୍ରକାରର ପାଞ୍ଚ ବର୍ଷିୟ ବୈଷୟିକ,ବୃତ୍ତିଗତ ଓ ସଂସ୍କୃତିଗତ ଶିକ୍ଷା ଦାନ କରାଯାଉଥିବା ବେଳେ ସାଉଥ୍ ଆଫ୍ରିକା ଶାଖା ଜରିଆରେ ଖୋଲା ଯାଇଥିବା ବିଦ୍ୟାଳୟ ଗୁଡିକରେ ହାଇଡ୍ରୋ ଇଲେକ୍ଟ୍ରିସିଟି ଏବଂ ଏୟାରକ୍ରାଫ୍ଟ ସମ୍ପର୍କରେ ଶିକ୍ଷା ଦାନ ଜାରି ରହିଛି। ଚିନ୍ମୟ ଫାଉଣ୍ଡେସନର ଆଫ୍ରିକା ଶାଖା ସଂଯୋଜକ ମାଗଜିମା ଭିଡୋ ଭୂୟାନି ଆଚିଡିକାନଙ୍କ ନେତୃତ୍ବରେ ଆଫ୍ରିକା ଦେଶର ଗାଆଁ ଗହଳି ଗୁଡିକରେ ଏହି ବିଦ୍ୟାଳୟ ଗୁଡ଼ିକ ବହୁ ମାତ୍ରାରେ ଖୋଲିବାରେ ଲାଗିଛି। ସମଗ୍ର ପୃଥିବୀର ବିଭିନ୍ନ ଦେଶର ଗାଆଁ ଗହଳି ମାନଙ୍କରେ ଶିଶୁ ତଥା ଜନ ସାଧାରଣଙ୍କ ମଧ୍ୟରେ ବୃତ୍ତିଗତ, ବୈଷୟିକ ତଥା ସଂସ୍କୃତିଗତ ଶିକ୍ଷାର ପ୍ରଚାର ତଥା ପ୍ରସାର ନିମନ୍ତେ ଏହି ମୁକ୍ତାକାଶ ବିଦ୍ୟାଳୟ ଗୁଡ଼ିକ ଖୋଲା ଯାଉ ଅଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

Exit mobile version