ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ମାଣିଆବନ୍ଧୀ ଶାଢ଼ୀ ଓ ଫେବ୍ରିକେସନ ର ଭୌଗୋଳିକ ଉପଦର୍ଶନ ପଞ୍ଜିକରଣ ନିମନ୍ତେ ଟେକ୍ସଟାଇଲ କମିଟି ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଏବଂ ଓଡ଼ିଶା ବୟନ ଶିଳ୍ପ ବିଭାଗର ମିଳିତ ସହଯୋଗରେ ସ୍ଥାନୀୟ ବୁଣାକାର ହାଟ ପରିସରରେ ଏକ ସଚେତନତା ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା | ଦଲାଇଲାମା ବୁଦ୍ଧିଷ୍ଟ ତନ୍ତୁବାୟ ସମିତିର ପ୍ରାନ୍ତନ ସଭାପତି ଅରକ୍ଷିତ ଦେବତାଙ୍କ ପୌରୋହିତ୍ୟରେ ଏବଂ ବୟନ ତତ୍ଵାବଧାରକ ଦାମୋଦର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଟେକ୍ସଟାଇଲ କମିଟି ର ପଣ୍ୟ ବିପଣନ ନିର୍ଦେଶକ ତପନ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଟେକ୍ସଟାଇଲ କମିଟି ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ ଦାଶ, ନିମନ୍ତ୍ରିତ ଅତିଥି ନାବାର୍ଡର ପୂର୍ବତନ ମୁଖ୍ୟ ସାଧାରଣ ପରିଚାଳକ ଦେବାଶିଷ ପାଢ଼ୀ, ସ୍ୱତନ୍ତ୍ର ଅତିଥି ଭାବେ ବୟନିକା ବିପଣନ ମୁଖ୍ୟ ପ୍ରବନ୍ଧକ ଆର୍ତ୍ତରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ କଟକ ଜିଲା ନାବାର୍ଡ ଉନ୍ନୟନ ପରିଚାଳକ ପ୍ରକ୍ସିମା ପରିଡ଼ା, ଜାତୀୟ ହସ୍ତତନ୍ତ ଉନ୍ନୟନ ନିଗମ ପରିଚାଳକ ଅଚିନ୍ତ୍ୟ କୁମାର ପରିଡ଼ା, ଆଠଗଡ ସହକାରୀ ବୟନ ଶିଳ୍ପ ନିର୍ଦେଶକ ଶ୍ରୀକାନ୍ତ ନାୟକ, ସହକାରୀ ଉପ ନିବନ୍ଧକ ସମବାୟ ସମିତି ସମୂହ ଅବିନାଶ ସେଠୀ ଯୋଗଦେଇ ମାଣିଆବନ୍ଧ ଶାଢ଼ୀକୁ ଜିଆଇ ମାନ୍ୟତା ମିଳିଲେ ଏହା ବିଶ୍ୱ ବାଣିଜ୍ୟ ସଂସ୍ଥାର ସ୍ୱୀକୃତି ଲାଭ କରିବା ସଙ୍ଗେ ସଙ୍ଗେ ମାଣିଆବନ୍ଧ ଶାଢ଼ୀର ସ୍ୱତନ୍ତ୍ରତା ବଜାୟ ରହିବ ଏବଂ ଏହି ଶାଢ଼ୀ କେହି ନକଲ କରି ପାରିବେ ନାହିଁ ବୋଲି କହିଥିଲେ | ଫଳରେ ମାଣିଆବନ୍ଧୀ ଶାଢ଼ୀର ଗୁଣବତା ବଜାଇ ରଖିବା ସହ ବ୍ୟାପକ ବଜାର ସୃଷ୍ଟି ହୋଇପାରିବ ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଥିଲା | “ମହକ” ସମ୍ପାଦକ ଅରକ୍ଷିତ ସ୍ୱାଇଁ ମାଣିଆବନ୍ଧ ହସ୍ତତନ୍ତର ଇତିହାସ ତଥା ଯୋଡ଼ିଫିଟା ବୁଣାର ମହତ୍ୱ ସମ୍ପର୍କରେ ଦୃଷ୍ଟିପାତ କରିଥିଲେ | ଏହି କର୍ମଶାଳାରେ ଅନ୍ୟ ମାନଙ୍କ ମଧ୍ୟରେ “ମହକ” ସଭାପତି ସୁବଳ କରଣ , ଉପ-ସଭାପତି ଲଷ୍ମୀଧର ପାତ୍ର, ଜାତୀୟ ପୁରସ୍କାର ପ୍ରାପ୍ତ ବାନ୍ଧଶିଳ୍ପ ଦେବରାଜ ଦେବତା, ମାଣିଆବନ୍ଧ ପଞ୍ଚଶହ ଘର ଉପସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ଶାକ୍ୟମୁନୀ ହସ୍ତତନ୍ତ ସଂଘ, ଖଣ୍ଡୁଆ ମହିଳା ବୁଣାକାର ସଂଘ ଓ ବିଭିନ୍ନ ମହିଳା ବୁଣାକାର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ସମେତ ବହୁ ବୁଣାକାର ଯୋଗଦେଇ ନିଜର ସୁଚିନ୍ତିକ ମତାମତ ଦେଇଥିଲେ | ଏହି ଅବସରରେ ଅଞ୍ଚଳର ବୁଣାକାର ମାନେ ଜିଆଇ ପଞ୍ଜିକରଣର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ | ଶେଷରେ ଭୁବନେଶ୍ୱରସ୍ଥ ବୁଣାକାର ସେବାକେନ୍ଦ୍ରର ତତ୍ଵାବଧାରକ ଶ୍ରୀଧର ପାତ୍ର ଧନ୍ୟବାଦ ଦେଇଥିଲେ |
ମାଣିଆବନ୍ଧୀ ଶାଢ଼ୀର ଭୌଗୋଳିକ ସାଙ୍କେତିକ ପଞ୍ଜିକରଣ ପାଇଁ କର୍ମଶାଳା !!!

