Site icon Awaj Media

ବଲାଙ୍ଗୀ ବନ୍ଧ ପାଲଟିଲା ବଲାଙ୍ଗୀ ପାର୍କ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଏକ ନୂତନ ରୂପ ନେଇ ସଜେଇ ହେଉଛି ନୟାଗଡ଼ର ବଲାଙ୍ଗୀ ବନ୍ଧ ରୁ ପରିବର୍ତ୍ତନ ହୋଇଥିବା ବଲାଙ୍ଗୀ ପାର୍କ । ପାର୍କର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକ ମାନଙ୍କର ଆଶା ଓ ଆକାଂକ୍ଷା ଦେଖିବାକୁ ମିଳିଛି । ପାର୍କରେ ପୂର୍ବରୁ ପୂଜା ପାଉଥିବା ମା’ ବନଦୁର୍ଗା ମନ୍ଦିରର ଉନ୍ନତି କରଣ କରାଯାଇ ମା’ଙ୍କ ନିମନ୍ତେ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା ଆଜି ସେଥିରେ ମା ବିଜେ କରିଛନ୍ତି lଗତ ଦୁଇ ଦିନ ଧରି ବିଭିନ୍ନ ପୂଜାର୍ଚ୍ଚନା କାର୍ଯ୍ୟ ଚାଲୁ ରହିଛି । କଳସ ଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ପୂଜାର୍ଚ୍ଚନା, ଗର୍ଭାଧାନ କାର୍ଯ୍ୟ ଆରମ୍ଭ କରାଯିବା ସହ ସୂର୍ଯ୍ୟ ପୂଜା, ଯଜ୍ଞାର୍ଚ୍ଚନା, ମହାସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ମା’ଙ୍କ ପୂର୍ଣ୍ଣାହୁତି, ଠାକୁରାଣୀଙ୍କ ସିଂହାସନ ଆରୋହଣ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l୫ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରସାଦ ସେବନ ନିମନ୍ତେ ବ୍ୟବସ୍ଥା ମା’ ବନ ଦୂର୍ଗା କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା । ନୟାଗଡ଼ ସହରର ଅଧିକାଂଶ ଲୋକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରଥମ ଦିନରୁ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟେଇ ଓ ସମାଜସେବୀ ଶ୍ରୀକାନ୍ତ ଖଟେଇ ହୋମ ଯଜ୍ଞର ପୁରୋଧା ସାଜିଛନ୍ତି । ନୟାଗଡ଼ ପୌରାଞ୍ଚଳର ସମସ୍ତ କାଉନସିଲରଙ୍କ ସମେତ ବହୁ ସମାଜସେବୀ ମାନେ ଏହି କାର୍ଯ୍ୟରେ ସହଯୋଗ କରିଛନ୍ତି । ହଜାର ହଜାର ଜନତା ପ୍ରସାଦ ସେବନ କରିବା ସହ ବଲାଙ୍ଗୀ ପାର୍କର ମଜା ନେଉଛନ୍ତି ।ନୟାଗଡ଼ ସହର ସମେତ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରୁ ବହୁ ରାଜନୈତିକ ବ୍ୟକ୍ତିଙ୍କ ସମେତ ବହୁତ ଜନସାଧାରଣ ଉକ୍ତ ସିଂହାସନ ଆରୋହଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଭଗ୍ନ ଅବସ୍ଥାରେ ଥିବା ମା’ ବନ ଦୁର୍ଗାଙ୍କ ମନ୍ଦିର ନୂଆ ରୂପରେଖ ପାଇଛି । ମା’ଙ୍କ ଆବିର୍ଭାବ ଲାଗି ବଲାଙ୍ଗି ପାର୍କର ସୌନ୍ଦର୍ଯ୍ୟ କରଣକୁ ଦ୍ବିଗୁଣିତ କରିଛି । ପର୍ଯ୍ୟଟକ ମାନେ ପ୍ରବେଶ କଲା ପରେ ମା’ ବନ ଦୂର୍ଗାଙ୍କ ଆଶୀର୍ବାଦ ଲୋଡିବେ !

 

Exit mobile version