Site icon Awaj Media

ବିଜେପି ର ବାଣପୁର ବ୍ଲକ ଘେରାଉ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାର ଙ୍କ ଦୁର୍ନୀତି ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ତରଫରୁ ବାଣପୁର ବ୍ଲକ ଘେରାଉ କରାଯାଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ , ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଙ୍କ ନେତୃତ୍ୱ ରେ ପ୍ରାୟ ୫୦୦ ରୁ ଅଧିକ ମହିଳା ଓ ପୁରୁଷ ବିଜେପି କର୍ମୀ ଙ୍କ ସହିତ ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ, ସରପଞ୍ଚ ସୁରେନ୍ଦ୍ର ବାରିକଙ୍କ ସମେତ ସମସ୍ତ ବିଜେପି ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ପଲଟଣ ପଡ଼ିଆ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ସରକାର ବିରୋଧୀ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ବିଡିଓ ଙ୍କ କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ମୁଖ୍ୟ ଫାଟକ ରେ ତାଲା ପକାଇ ଫ୍ଲେକ୍ସ ଲଗାଇ ଧାରଣା ରେ ବସିଥିଲେ । ବାଣପୁର ର ବର୍ତମାନ ବିଡିଓ ମହାଶୟା ଶାସକ ଦଳର ଏଜେଣ୍ଟ ରୂପେ କାମ କରି ସମସ୍ତ ଉନ୍ନତି ମୂଳକ କାମ କୁ ଦଳୀୟ ଦୃଷ୍ଟି ରେ ବିଚାର କରି ଆବଣ୍ଟନ କରୁଥିବା ଏବଂ ବିଜେପି ଜିତିଥିବା ପଞ୍ଚାୟତ ମାନଙ୍କ ରେ ପକ୍ଷପାତିତା କରୁଥିବା ନେଇ ବିଷୋଦଗାର କରିଥିଲେ । ପରେ ଉପସ୍ଥିତ କର୍ମୀ ମାନଙ୍କୁ ଉଦବୋଧନ ଦେଇ ହରିଚନ୍ଦନ , ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା କୁ ସମାଲୋଚନା କରିବା ସହ ରାଜ୍ୟ ସରକାର ଙ୍କ ଆବାସ ଯୋଜନା କୁ ବିରୋଧ କରି କହିଲେ ଯେ କେନ୍ଦ୍ର ଗତ ୨୩ ବର୍ଷ ମଧ୍ୟରେ ୨୭ ଲକ୍ଷ ଆବାସ କେନ୍ଦ୍ର ମଂଜୁର କରିଥିବା ଏବଂ ୯୩ ଲକ୍ଷ ପରିବାର ପାଇଁ ଜାତୀୟ ଖାଦ୍ୟ ଯୋଜନା ରେ ଚାଉଳ ଆବଣ୍ଟନ କରିଥିବା ବେଳେ ବର୍ତମାନ ରାଜ୍ୟ ସରକାର ଦୁର୍ନୀତି ରେ ଲିପ୍ତ ରହି ଆବଣ୍ଟନ ରେ ଚଞ୍ଚକତା କରି ଏହାକୁ କେବଳ ଦଳୀୟ କ୍ଷେତ୍ର ରେ ସୀମିତ ରଖି ପ୍ରକୃତ ହିତାଧିକାରୀ ଙ୍କୁ ନଦେଇ ମିଛ ବାହାବା ନେଉଛନ୍ତି ! ରାଜ୍ୟ ସରକାର ଦୁର୍ନୀତି ରେ ବୁଡି ରହିଥିବା ଅଭିଯୋଗ କରି ବର୍ଷିଥିଲେ । ବିଜେପି କର୍ମୀ ମାନେ ସ୍ଥାନୀୟ ବିଡ଼ିଓ ଙ୍କ ଉପରେ ପ୍ରବଳ ବର୍ଷି ରୋଷ ପ୍ରକଟ କରୁଥିବା ବେଳେ ବିଡ଼ିଓ ଅନୁପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା ।

Exit mobile version