ଉତଙ୍ଗରା ପଞ୍ଚାୟତରେ ବଣୁଆ ହାତୀ ହେଲା ଟ୍ରାଙ୍କୁଲାଇଜ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଂଝାରପୁର ବ୍ଲକ ଉତଙ୍ଗରା ପଂଚୟତାରେ ବଣୁଆ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି । କେନ୍ଦୁଝର ହଦଗଡ଼ ଜଙ୍ଗଲ ରୁ ଆସିଥିବା ଏହି ବଣୁଆ ହାତୀ ଗତକାଲି ଭଦ୍ରକ ଭଣ୍ଡାରୀପୋଖରୀ ରେ ବୁଲୁଥିଲା ବେଳେ ଆଜି ଯାଜପୁର କୁ ପ୍ରବେଶ କରିଥିଲା । ଦଶରଥପୁର ବ୍ଲକ ଓ ବିଂଝାରପୁର ର ବିଭିନ୍ନ କ୍ଷେତରେ ହାତୀଟି ପଶି ବ୍ୟାପକ ଫସଲ କ୍ଷୟକ୍ଷତି କରିଥିଲା । ବନବିଭାଗ ପକ୍ଷ ରୁ ନନ୍ଦନକାନନ ର ସ୍ଵତନ୍ତ୍ର ଟିମ ଦ୍ଵାରା ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଛି । ପରେ ହାତୀକୁ ଏକ ହାଇୱା ରେ ଲୋଡ କରି ନନ୍ଦନକାନନ କୁ ନିଆଯାଇଛି ।

Leave a Reply

Your email address will not be published. Required fields are marked *