Site icon Awaj Media

୭୨ ତମ “ଗୋ “ସମ୍ବର୍ଦ୍ଦନା ସପ୍ତାହ ପାଳନ ଅବସରରେ ବାଣପୁର ସାନହନ୍ତୁଆଡ଼ ଗ୍ରାମରେ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୭୨ ତମ “ଗୋ “ସମ୍ବର୍ଦ୍ଦନା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପାଞ୍ଚାୟତ ଅଧିନସ୍ଥ ସାନହନ୍ତୁଆଡ଼ ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ ହୋଇ ଯାଇଛି l ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଗୋଶାଳାରେ ଗୋମାତାଙ୍କ ସେବା କାର୍ଯ୍ୟ କରାଯାଉଛି। ତେବେ କଂସେଇ ଖାନାକୁ ନିଆଯାଉଥିବା ବେଳେ ଏହି ସବୁ ଗାଈଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏତଦବ୍ୟତୀତ ଯେଉଁ ମାନଙ୍କର ଗାଈ ଅଛନ୍ତି, କିନ୍ତୁ ପାଳନ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହି ଗୋଶାଳାକୁ ଗାଈ ପଠାଇଥା’ନ୍ତି। କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ଵ ପାଇଁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତାଙ୍କ ନିକଟରେ ୩୩ କୋଟି ଦେବତା ବିରାଜମାନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ମାନବ ଜାତିକୁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତା ଏଭଳି ଏକ ଜୀବ, ଯାହାର ପ୍ରତ୍ୟେକ ଜିନିଷ ମଣିଷ ପାଇଁ ଜରୁରୀ। ବାୟୁ ବିନା ମଣିଷ ବଞ୍ଚିବା ଯେପରି ଅସମ୍ଭବ, ଗୋମାତା ବିନା ମଣିଷ ବଞ୍ଚିବା କଷ୍ଟକର। କ୍ଷୀର ଠାରୁ ଗୋବର ପର୍ଯ୍ୟନ୍ତ ଗୋମାତା ଯୋଗାଉଥିବା ବେଳେ ସେମାନଙ୍କର ଯତ୍ନ ପ୍ରତି କାହାର ଧ୍ୟାନ ନାହିଁ। ଏବେ ଗ୍ରାମାଞ୍ଚଳରେ ମଧ୍ୟ ଗାଈ ଗୋରୂଙ୍କୁ ଦେଖିବା ସ୍ଵପ୍ନ ହୋଇପଡୁଛି। ଏଥିରେ ପ୍ରାଣୀ ସମ୍ପଦ ବିଭାଗ ଖୋର୍ଦ୍ଧା ଆନୁକୂଲ୍ୟରେ ଓ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀପ କୁମାର ପଟ୍ଟନାୟକ ତତ୍ତ୍ଵାବଧାନରେ ଏହି ଶିବର ଅନୁଷ୍ଠିତ ହୋଇଥିଲା ସାନହନ୍ତୁଆଡ଼ ଗ୍ରାମର ସତାଧିକ ଗୋ ପାଳକ ଭାଇ ଭଉଣୀ ସେମାନଙ୍କ ଗାଇଗୋରୁ ମାନଙ୍କର ଡାକ୍ତର ଅମିତି କୁମାର ବେହେରା ଓ ଲ. ଇ. ରବୀନ୍ଦ୍ର ନାରାୟଣ ନାୟକ ଙ୍କ ଦ୍ୱରା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଶିବରରେ ଚିକିତ୍ସା କରା ଯାଇଥିଲା ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଔଷଧ ବଣ୍ଟନ କରିବା ସହ ଗୋମାତାର ମାହାତ୍ମ୍ୟ ବିଷୟରେ ଡାକ୍ତର ବେହେରା ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ଗ୍ରାମର ବହୁ ଯୁବ ସମାଜସେବୀ ନିରଞ୍ଜନ ପ୍ରଧାନ, ଜଜ୍ଞ ଭୁଷଣ ଜେନା, ଶ୍ରୀଧର୍ଥ ରାଉଳ, ଜିତେନ୍ଦ୍ର ମହାରଣା, ରାଜେଶ ବରାଳ, ବାପି ପ୍ରଧାନ, ଯୋଗେନ୍ଦ୍ର ଜେନା, ଯଶୋବନ୍ତ ସୁନ୍ଦରାୟ ,ରୀଙ୍କୁ ବିଶ୍ଵାଳ, କୈଳାଶ ବାରିକ , ଅରୁପ ରାଉଳ, ଗୌରାଙ୍ଗ ବରାଳ ଓ ରାମଚେଲା ମଠର ସମସ୍ତ ସଦସ୍ୟ ଏଥିରେ ଅଂଶ ଗ୍ରହଣ କର ଥିଲେ l

Exit mobile version