ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତ ରେ ସିଦ୍ଧେଶ୍ୱର ନାଟ୍ୟ ସଂସଦ ଆନୁକୂଲ୍ୟରେ କାର୍ତ୍ତିକ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ବାବା ସିଦ୍ଧେଶ୍ୱର ଙ୍କ ପ୍ରଚାର ପ୍ରସାର ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଉଅଛି । ସଭାପତି ରାଇଚରଣ ବେହେରାଙ୍କ ସଭାପତିତ୍ୱ ରେ ଅତିଥି ମାନେ ପ୍ରଥମେ ବାବା ସିଦ୍ଧେଶ୍ୱର ଏବଂ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ସଭା ଉଦଘାଟନ କରିଥିଲେ। ପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା । ଉପଦେଷ୍ଟା ତନ୍ମୟ କୁମାର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସମ୍ପାଦକ ଚିନ୍ମୟ କୁମାର ସ୍ଵାଇଁ ତାଙ୍କ ବିବରଣୀ ପଠନ କରିଥିଲେ। ଏହି ମହୋତ୍ସବ ଦଶ ବର୍ଷ ରେ ପଦାର୍ପଣ କରି ଶାନ୍ତି ଶୃଙ୍ଖଳା ରେ ଆୟୋଜିତ ହେଉଅଛି । କଳା ସାହିତ୍ୟ ସଂସ୍କୃତି ଏବଂ ଐତିହ୍ୟ କୁ ବଜାୟ ରଖିଛି ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଭର୍ତ୍ତୁହରି ମହତାବ, ମୁଖ୍ୟ ବକ୍ତା ଭାବେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ମାଣିକ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସହୁ, ସନାତନ ବେହେରା, ସତ୍ୟବ୍ରତ ଦାଶ ଏବଂ ଗତିକୃଷ୍ଣ ସ୍ଵାଇଁ ଯୋଗ ଦେଇଥିଲେ । ଏହି ମହୋତ୍ସବରେ ସମ୍ମାନିତ ପ୍ରତିଭା ଭାବେ ଶ୍ରୀଯୁକ୍ତ ରତ୍ନାକର ବେହେରା, ବିଶ୍ୱଜିତ୍ ମହାପାତ୍ର, ଶ୍ରୀକାନ୍ତ ବେଉରା, ଶୁଭେନ୍ଦୁ ମହାପାତ୍ର, ପ୍ରତାପ ନାୟକ, ପୂର୍ଣ୍ଣେନ୍ଦୁ ନାୟକ , ମଙ୍ଗରାଜ ଦଳେଇ, ପ୍ରକାଶ ପ୍ରଧାନ, ଅସିତ୍ ଜେନା, ମନୋଜ ନାୟକ, ଆରୋସ୍ମିତ ସାହୁ ପ୍ରଭୁତି ଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କଟକ ରୁ ଆସିଥିବା ମେଲୋଡି ଗୀତ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦର୍ଶକମାନେ ଝୁମିଥିଲେ । ଶେଷରେ ଉପଦେଷ୍ଟା ବିଭୁଦତ୍ତ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

