Site icon Awaj Media

ପଞ୍ଚକ ମୁରୁଜ ପ୍ରତିଯୋଗିତାର ପାଞ୍ଚ ଦିନରେ ଭାଗ ନେଲେ ୫୭୩୩ ଜଣ ପ୍ରତିଯୋଗୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବିଗତ ବର୍ଷ ଭଳି ଚଳିତ ବର୍ଷ ଅନ୍ ଲାଇନ୍ ପଞ୍ଚକ ମୁରୁଜ ଓ ପାଞ୍ଚ ପାଳି ଗୁରୁବାର ସେର ଝୋଟି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ମୁରୁଜରେ ୧୩୫୬, ଦ୍ଵିତୀୟ ଦିନ ମୁରୁଜରେ ମୋଟ୍ ୨୭୭୨, ତୃତୀୟ ଦିନ ମୋଟ୍ ୩୩୫୬ଜଣ ଓ ଚତୁର୍ଥ ଦିନ ମୋଟ୍ ୪୬୧୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ପଞ୍ଚକ ଦିନ ମୋଟ ୫୭୩୩ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା। ସେହିଭଳି ପ୍ରଥମ ପାଳି ଗୁରୁବାର ସେର ଝୋଟି ପ୍ରତିଯୋଗିତାରେ ୭୩୫ ଜଣ ଅଂଶ ଗ୍ରହଣ କରିଥିବାର ସୂଚନା ମିଳିଛି। ଏଠାରେ ଉଲ୍ଲେଯୋଗ୍ୟ ଏହିକି ଗତ କୁମାର ପୂର୍ଣ୍ଣିମା ପାଞ୍ଚ ସନ୍ଧ୍ୟାରେ ୧୨୫୬ଜଣ ପ୍ରତିଯୋଗୀଙ୍କୁ ନେଇ ଫୁଲ ଘର ପ୍ରତିଯୋଗିତା କରାଯାଇଥିଲା। ଚଳିତ ବର୍ଷ ଅନ୍ ଲାଇନ୍ ଗୁରୁବାର ସେର ଝୋଟି ପ୍ରତିଯୋଗିତାରେ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଆଦି ଦେଶର ବହୁ ଝୋଟି ଚିତ୍ରକରଙ୍କ ସମେତ ଅନେକ ପ୍ରବାସୀ ଓଡ଼ିଆ ଭାଗ ନେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ବିଗତ ବର୍ଷ ଅପକ୍ଷା ଏ ବର୍ଷ ପ୍ରତିଯୋଗୀଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି।ବିଭିନ୍ନ ଦେଶର ଦକ୍ଷ ଚିତ୍ରକର ମାନଙ୍କ ଦ୍ଵାରା ଏହି ଫୁଲ ଘର, ଝୋଟି ଓ ମୁରୁଜ ଚିତ୍ର ଗୁଡ଼ିକୁ ମୂଲ୍ୟାଙ୍କନ କରାଯାଇ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁୟାରୀ ୨୬ ତାରିଖ ଦିନ ଆନ୍ତର୍ଜାତୀୟ ସ୍ତରରେ ପ୍ରମାଣପତ୍ର ସହ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

Exit mobile version