Site icon Awaj Media

ବଡ଼ଦାଣ୍ଡ ରାଜନହର ସମ୍ମୁଖରେ ଭଜନ ସମାରୋହ ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବଡ଼ଦାଣ୍ଡ ରାଜନହର ସମ୍ମୁଖ ରେ କାର୍ତ୍ତିକ ପୂର୍ଣ୍ଣିମା ଭଜନ ସମାରୋହ ଆୟୋଜିତ ହୋଇଯାଇଛି। ହାଇଟେକ୍ ଗ୍ରୁପ ଅଫ କମ୍ପାନୀ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଯୋଗ ଦେଇ ପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଘୋଷଣା କରିଥିଲେ , ସମ୍ମାନିତ ଅତିଥି ରୂପେ ହାଇଟେକ୍ ଡାଇରେକ୍ଟର ତଥା ଯୁବ ନେତା ରୁପେଶ ପାଣିଗ୍ରାହି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଗୋଷାଣୀ ବ୍ଲକ୍ ଅଧକ୍ଷ ଏନ. ବୀର ରାଜୁ, ଭକ୍ତି ସଙ୍ଗୀତ ସଂସଦ ସଭାପତି ବସନ୍ତ ଦାସ, ସମାଜ ସେବୀ ଲକ୍ଷ୍ମୀକାନ୍ତ ପରିଛା ଯୋଗ ଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟ କ୍ଷେତ୍ର ରେ ଗୌରଚନ୍ଦ୍ର ପଣ୍ଡା, ଇତିହାସ ଓ ଗବେଷଣା ପାଇଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନାଟକ ପାଇଁ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଓ ମନୋଜ ପାଢ଼ୀ, ସଙ୍ଗୀତ ପାଇଁ ନରସିଂହ ପ୍ରାସାଦ ପାଢ଼ୀ ଓ ବି.କମୋଳାଙ୍ଗି ଓ କୁନା ହଳଧର, ସମାଜ ସେବୀ ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖଙ୍କୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା, ସେହିପରି ଦ୍ୱିତୀୟ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ତାଙ୍କ ସହ କଣ୍ଠ ଶିଳ୍ପୀ ଶୈଳଭମା ମହାପାତ୍ର, କୃଷ୍ଣପ୍ରିୟା ମିଶ୍ର ଓ ବିଷ୍ଣୁପ୍ରିୟା ଙ୍କ ସୁମଧୁର ସଙ୍ଗୀତ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଙ୍କୁ ମଞ୍ଚ ସମ୍ମୁଖ ରେ ବାନ୍ଧି ରଖିଥିଲା। ଏଥି ସହିତ ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନ ର କଳାକାର ମାନେ ମଧ୍ୟ ଭକ୍ତିରସତ୍ମକ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଥମେ ମଂଚ କଳାକାର ଆଦର୍ଶ ଦାସ ଓ ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ତର ଶ୍ରୀନିବାସ ଘଟୁଆରୀ ଉଦଘୋଷୋକ ଭାବେ ମଂଚ ସଂଯୋଜନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ରାଜୁ ବେହେରା, ଭରତ ଭୂଷଣ ମହାନ୍ତି, ପ୍ରୋନଜ ପଟ୍ଟନାୟକ, ମୋହନ ,ଦିପୁ ପଟ୍ଟନାୟକ ପରିଚାଳନା କରିଥିଲେ।

Exit mobile version