Site icon Awaj Media

ବାଣପୁର ଦକ୍ଷ ପ୍ରଜାପତି ମନ୍ଦିର ରେ ରାମଚରିତ ମାନସ ଏବଂ ରାବଣ ପୋଡି ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ର ଅଧିଷ୍ଠାତ୍ରୀ ଦେବି ମା ଭଗବତୀ ଙ୍କ ପିତ୍ରାଳୟ ବାବା ଶ୍ରୀ ଶ୍ରୀ ଶ୍ରୀ ଦକ୍ଷ୍ୟ ପ୍ରଜାପତି ଦେବ ମନ୍ଦିର ପ୍ରାଙ୍ଗଣରେ ଏକ ମାସ ବ୍ୟାପି କାର୍ତ୍ତିକ ମାସ ପ୍ରଥମ ଦିନରୁ କାର୍ତ୍ତିକ ପୁର୍ଣିମା ତଥା ପଞ୍ଚୁକ ଶେଷ ଦିନ ପର୍ଯ୍ୟନ୍ତ ଚାଲିଥିବା ରାମ ଚରିତ ମାନସ କାର୍ଯ୍ୟକ୍ରମ ସମାପ୍ତ ହୋଇଛି l ଏକ ମାସ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ମନ୍ଦିର ମଧ୍ୟରେ ପ୍ରତ୍ୟେକ ଦିନ ମୁଖ୍ୟ ପୂଜକ ସନ୍ତୋଷ କୁମାର ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ହୋମାଦିକର୍ମ ଏବଂ ଶ୍ରୀ ରାମଚରିତ ମାନସ ର ମହା ପରାୟଣ କରାଯାଇଥିଲା ! ଏହି ଅବସରରେ ଏକ ମାସ ବ୍ୟାପି ପ୍ରତ୍ୟହ ଅଢେଇ ହଜାର ରୁ ଉର୍ଧ୍ଵ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ପ୍ରସାଦ ସେବନ ବ୍ୟବସ୍ଥା କାରାଯାଇଥିଲା ! ହନୁମାନ ଙ୍କ ଲଙ୍କା ପୋଡି ଉତ୍ସବ ସମୟରେ କେଉଁଠୁ କେଜାଣି ଏକ ବାନର ଗୋଷ୍ଠୀ ଙ୍କ ଆବିର୍ଭାବ ଓ ବୃକ୍ଷ ମାନଙ୍କ ରେ ଓହଳା ଯାଇଥବା ଫଳ ମୂଳ ର ଭକ୍ଷଣ ଭକ୍ତ ଙ୍କ ବିଶ୍ୱାସ କୁ ଦ୍ବିଗୁଣିତ କରିଥିଲା ! ଭଗବାନ ଶ୍ରୀରାମ ଙ୍କ ଅପାର କରୁଣାରୁ ସମସ୍ଥ ଭକ୍ତ ଓ ଅନୁଷ୍ଠାନର କର୍ମକର୍ତା ମାନେ ଏହି ପବିତ୍ର କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ଧରି ସମ୍ପାଦନ କରୁଥିବା ବେଳେ ଶେଷ ସନ୍ଧ୍ୟା ରେ ପ୍ରବଳ ଜନ ସମାଗମ ଓ ହର୍ଷ ଉଲ୍ଲାସ ମଧ୍ୟରେ କୁ ପ୍ରବୃତ୍ତି ର ପ୍ରତୀକ ରାବଣ ପୋଡି ଅନୁଷ୍ଠିତ ହୋଇଛି l ସ୍ଥାନୀୟ ଅଂଚଳର ଜନସାଧାରଣ ଏହି କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ! ଏହି ଏକ ମାସ ବ୍ୟାପି କାର୍ଯ୍ୟକ୍ରମ କୁ ସ୍ଥାନୀୟ କାର୍ଯ୍ୟକର୍ତ୍ତା କାମେଶ୍ୱର ଆଚରି, ମିଟୁ ନାୟକ, ଗଣେଶ ନାୟକ, ଭେଙ୍କଟେଶ ଆଚରି, ଗିରିଜା ସେନାପତି , ପଦ୍ମ ନାୟକ, ଅନିଲ ସୁବୁଦ୍ଧି, ମାନସ ପ୍ରଧାନ, ଜ୍ଞାନ ଭାଇ,କେଦାର ନାୟକ,ରତନୀ ଭାଇ , ତୁମୁରାପୁଟ ପଂଚାୟତ ସରପଞ୍ଚ ଅକ୍ଷୟ କୁମାର ସେଠି ପରିଚାଳନା କରିଥିଲେ ।।

Exit mobile version