Site icon Awaj Media

ମୈତ୍ରୀ କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ମୈତ୍ରୀ ପକ୍ଷରୁ କାଶୀପୁର ଅଞ୍ଚଳରେ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟ କରାଯାଉଥିବା ବେଳେ ଆଜି ସୁଙ୍ଗେର ଭଳି ଦୁର୍ଗମ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ତ୍ୱରାନ୍ୱିତ କରିବା ନିମନ୍ତେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ ଲିଃ ପକ୍ଷରୁ ଅଞ୍ଚଳର ସ୍ଵାସ୍ଥ୍ୟ ସେବା ରେ ଉନ୍ନତି ପାଇଁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି !

ଏହି ଅବସରରେ ସୁଙ୍ଗେର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ ଅଜିତ ମାଝୀ, କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ, ବ୍ଲକ ଉପାଧ୍ୟକ୍ଷା କୁନି କୁମାରୀ ନାଏକ , ସୁଙ୍ଗେର ସରପଞ୍ଚ ପ୍ରମିଳା ଦେଇ ମାଝି , ଫାର୍ମାସିଷ୍ଟ ଦିଲୀପ କୁମାର ଦାସ , ମୈତ୍ରୀ ସଂସ୍ଥା ପକ୍ଷରୁ ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Exit mobile version