Site icon Awaj Media

କାଶୀପୁର ରେ ଯାଦବ ଭବନ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଳକ ଯାଦବ ସମାଜ ପକ୍ଷରୁ ଆଜି ସାଂସଦ ପାଣ୍ଠିରୁ ନିର୍ମିତ ଯାଦବ ଭବନ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯାଦବ ମହାସଭା ସଭାପତି ପ୍ରଦୀପ ବେହେରା ଯୋଗ ଦେଇଥିବା ବେଳେ ରାଜ୍ୟ ଯାଦବ ମହାସଭା ର ସାଧାରଣ ସମ୍ପାଦକ ଅମିତ ନାୟକ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ର ସମସ୍ତ ପରିଚାଳନା ଦାୟିତ୍ୱ କାଶୀପୁର ବ୍ଲକ ଯାଦବ ମହାସଭାର ସଭାପତି ଅତି ସୁରୁଖୁରୁରେ ସମ୍ପାଦନା କରିଥିଲେ । ଏହି ଯାଦବ ଭବନ କୁ ପୁର୍ବତନ ରାଜ୍ୟ ସଭା ସାଂସଦ ଏନ୍ ଭାସ୍କର ରାଓ ନିଜ କରକମଳରେ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କାଶୀପୁର ବ୍ଲକର ପ୍ରାୟ ୧ହଜାର ରୁ ଉର୍ଦ୍ଧ୍ବ ଗୌଡ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଯୋଗ ଦେଇଥିବ ବେଳେ ଏହି ଯାଦବ ଭବନ କାଶୀପୁର ଯାଦବ ସମାଜ ପାଇଁ ଉତ୍ସର୍ଗୀକୃତ କରାଯାଇଥିଲା। ଏ ନେଇ ରାଜ୍ୟ ଯାଦବ ମହାସଭାର ସାଧାରଣ ସମ୍ପାଦକ ଶ୍ରୀ ନାୟକ କହିଥିଲେ ଯେ, କାଶୀପୁର ଅଞ୍ଚଳର ବସବାସ କରୁଥିବା ଯାଦବ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତିର ଉନ୍ନତି ପାଇଁ ସର୍ବଦା କାର୍ଯ୍ୟ କରିଆସୁଛୁ ଆଗକୁ ଆହୁରି ଏଭଳି ଅନେକ ଜନ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ଯାଦବ ସମାଜ ପଦକ୍ଷେପ ଗ୍ରହଣ କରିବ ।

 

Exit mobile version