Site icon Awaj Media

ଉଦଘାଟିତ ହେଲା ଚିନ୍ମୟ ଫାଉଣ୍ଡେସନର ଉତ୍ତର ଓଡ଼ିଶା ଶାଖା କାର୍ଯ୍ୟାଳୟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ପୃଥିବୀର ବିଭିନ୍ନ ଦେଶର କୋଣ ଅନୁକୋଣରେ ମାନବବାଦର ପ୍ରଚାର, ପ୍ରସାର ତଥା ଆଞ୍ଚଳିକ ସ୍ତରରେ କଳା, ସାହିତ୍ୟ, ସଂସ୍କୃତି, ସଂସ୍କାର, ସମାଜସେବା, ଶିକ୍ଷା, ଗବେଷଣା, ପରିବେଶ ତଥା ସାମାଜିକ ସୁରକ୍ଷା ଆଦି ନିମନ୍ତେ ଯାଜପୁର ଜିଲ୍ଲାର ବାବଲ ପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଦେଶ ,ରାଜ୍ୟ, ଜିଲ୍ଲା ତଥା ଆଞ୍ଚଳିକ ସ୍ତରରେ ଶାଖା କାର୍ଯ୍ୟାଳୟ ମାନ ଖୋଲା ଯାଉଅଛି । ସମସ୍ତ ଶାଖା ମାଧ୍ୟମରେ ଫାଉଣ୍ଡେସନର କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପୂର୍ଣ୍ଣିମା ଠାରୁ ତିନି ଦିନ ଧରି ସ୍ଥାନୀୟ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷି ବ୍ଲକ ଅନ୍ତର୍ଗତ ମଞ୍ଜିଆରି ଠାରେ ଫାଉଣ୍ଡେସନର ଉତ୍ତର ଓଡ଼ିଶା ଶାଖା କାର୍ଯ୍ୟାଳୟର ଉଦ୍ଘାଟନ ଉତ୍ସବ ଓ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି ।

ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ଓଡ଼ିଶା ଶାଖା ସଂଯୋଜକ ଭାବରେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାଏକଙ୍କୁ ଦାୟିତ୍ଵ ପ୍ରଦାନ କରାଯିବା ସହ ଆୟୋଜିତ ଉଦ୍ଘାଟନୀ ସଭାରେ ନୂତନ ଭାବେ ଦାୟିତ୍ଵ ନେଇଥିବା ଉତ୍ତର ଓଡ଼ିଶା ଆଞ୍ଚଳିକ ଶାଖାର ସଂଯୋଜକ ସୁଶାନ୍ତ କୁମାର ନାୟକଙ୍କ ସଭାପତିତ୍ବରେ ଅତିଥି ଭାବେ ପ୍ରଭାକର ନାଏକ, ଦୀନବନ୍ଧୁ ମହାନ୍ତ, ଭୁବନେଶ୍ୱର ପାତ୍ର, ତ୍ରିଲୋଚନ ପାତ୍ର, ଗୋପାଳ ଚନ୍ଦ୍ର ଦାସ, ଲିଟୁନ ଧଳ ଆଦି ଯୋଗଦାନ କରି ଆଞ୍ଚଳିକ ସ୍ତରରେ ଏହି ସଂଗଠନର କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନିମନ୍ତେ ସର୍ବସଧାରଣଙ୍କ ସହଯୋଗ ଲୋଡ଼ିଥିଲେ। ଏହି ଶାଖା ଅଧୀନରେ ଉତ୍ତର ଓଡ଼ିଶାର ପାଞ୍ଚ ଗୋଟି ଜିଲ୍ଲା ଯଥା ଦେବଗଡ଼, ମୟୁରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ଵର ଓ କେନ୍ଦୁଝରରେ ଚିନ୍ମୟ ଫାଉଣ୍ଡେସନର ସାଂସ୍କୃତିକ, ସାମାଜିକ ତଥା ସେବା କାର୍ଯ୍ୟ ଜାରି ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ସୂଚନା ଦେଇଛନ୍ତି । ଦ୍ଵିତୀୟ ପର୍ଯ୍ୟାୟରେ ଫାଉଣ୍ଡେସନର ଉତ୍ତର ଓଡ଼ିଶା ଶାଖା କାର୍ଯ୍ୟାଳୟ ମାଧ୍ୟମରେ ଆନ୍ତର୍ଜାତିକ ମୁକ୍ତାକାଶ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ “ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ ଓ ସଂସ୍କୃତି ହାଟ” ସ୍ଥାନୀୟ ଚାକଦର୍ ଓ ମଞ୍ଜିଆରୀ ଠାରେ ଆୟୋଜିତ ହୋଇଥିଲା। ଏଥିରେ ଶତାଧିକ ଗାଆଁ କଳାକାର ଯୋଗଦାନ କରି ଚାଙ୍ଗୁ, ଢ଼ାବଲ, ସଙ୍କୀର୍ତ୍ତନ ଆଦି ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସାଂସ୍କୃତିକ ଶୋଭାଯାତ୍ରା ସହ କଳାକାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Exit mobile version